Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ହିନ୍ଦୀ ଦିବସ ସମାରୋହ

2

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗାରରେ ହିନ୍ଦୀ ବିଭାଗ ଆନୁକୂଲ୍ୟରେ ହିନ୍ଦୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଅଛି।ହିନ୍ଦୀ ବିଭାଗ ମୁଖ୍ୟ ଡ.ସନାତନ ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ହିନ୍ଦୀ ଦିବସ ପାଳନର ଇତିହାସ,ସାମ୍ବିଧାନିକ ସ୍ଥିତି ଓ ବର୍ତମାନ ସ୍ୱରୂପ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଡ. ଲଳିତ ରଂଜନ ସାହୁ ହିନ୍ଦୀ ଭାଷାର ମହତ୍ୱ ସଂପର୍କରେ ଅବଗତ କରାଇଥିଲେ।ହିନ୍ଦୀ ବିଭାଗର ଅବସର ପ୍ରାପ୍ତ ପ୍ରାଧ୍ୟାପକ ମ୍ରୃତ୍ୟୁଞ୍ଜୟ ଦାସ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ହିନ୍ଦୀ ଦିବସ ସମାରୋହର ପ୍ରାସ୍‌ଂଗିକତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ସ୍ୱଲେହା ଖାତୁନ, ସୁସ୍ମିତା ନାୟକ ଓ ନିର୍ମଳା ଜେନା ରାଜଭାଷା ଓ ରାଷ୍ଟ୍ରଭାଷା ହିନ୍ଦୀର ପଠନ-ପାଠନର ଆବଶ୍ୟକତା ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ।ହିନ୍ଦୀ ବିଭାଗର ଛାତ୍ରୀ ରଂଜିତା ଜେନା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.