Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

ଚାନ୍ଦବାଲି ମହାବିଦ୍ୟାଳୟ ପୁରାତନ ଛାତ୍ରଙ୍କ ବନ୍ଧୁ ମିଳନ

18

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅରଣ୍ୟ ନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଦୃତ ହୋଇଥିବା ବୈଠକରେ ଚାନ୍ଦବାଲି ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ୧୬ଜଣ ଯୋଗ ଦେଇଥିଲେ। ପ୍ରଥମେ ଦିବଂଗତ ୧୨ଜଣ ବନ୍ଧୁଙ୍କ ଉଦ୍ଦେଶ୍ୟରେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯିବା ସହ ସେମାନଙ୍କର ସ୍ମୃତି ଚାରଣ କରାଯାଇଥିଲା। କାର୍ଯ୍ୟକ୍ରମର ଆବାହକ ସ୍ମୃତିରେଖା ରାୟ ବୈଠକରେ ସଭାପତିତ୍ୱ କରିଥିବା ସହ ମହାବିଦ୍ୟାଳୟର ଦୀର୍ଘ ୪୭ବର୍ଷର ଯାତ୍ରା ସହ ଜଡିତ ବିଭିନ୍ନ ସ୍‌ୃତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ବନ୍ଧୁ ମିଳନ ଅବସରରେ ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ହାତକୁ ନେବାକୁ ସ୍ତିରୀକୃତ ହୋଇଥିଲା। ବୈଠକରେ ଡ.ବ୍ରଜକିଶୋର ନାୟକ, ବରିଷ୍ଠ ନାଗରିକ ମଂଚ ସଭାପତି ଅନନ୍ତ ଚରଣ ସେଠୀ, ପୂର୍ବତନ ଛାତ୍ର ସଂସଦ ସଭାପତି ପ୍ରଭାକର ବିଶ୍ୱାଳ, ପ୍ରଫୁଲ କୁମାର ସାହୁ, ନିର୍ମଳ ଚନ୍ଦ୍ର ରଥ, ଉପେନ୍ଦ୍ର ବିଶ୍ୱାଳ, ସୁକାନ୍ତ ଚରଣ ନାୟକ, ଶିଳ୍ପପତି ଶିବ କୁମାର ଖଣ୍ଡେଲଓାଲ, ଅନୁପ କୁମାର ଜେନା, ଲାଲ ମୋହନ ମିଶ୍ର , ଅଶୋକ କୁମାର ସାହୁ, ବିଜୟ ପଣ୍ଡା ଏବଂ ପିତାମ୍ବର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.