ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପିଏମଶ୍ରୀ ବିନ୍ଦୁମାଧବ ବାଗୁରାଇ ହାଇସ୍କୁଲ ପରିସରରେ ୭୦ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ୨୦୨୬-୨୭ ଜିଲ୍ଲାଶିକ୍ଷାଧିକାରୀ ଡ଼ଃ ଜଗବନ୍ଧୁ ସାହୁଙ୍କ ସଭାପତିତ୍ୱରେ ଉଦ୍ଘାଟିତ ହୋଇଯାଇଅଛି । ମୁଖ୍ୟଅତିଥି ଭାବରେ ମାନ୍ୟବର ବିଧାୟକ ଭଦ୍ରକ ସିତାଂଶୁ ଶେଖର ମହାପାତ୍ର, ମୁଖ୍ୟବକ୍ତା ଭାବରେ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ, ସମ୍ମାନୀତ ଅତିଥିଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତୃପ୍ତିମୟୀ ପାତ୍ର, ଡ଼ଃ ପ୍ରଫୁଲ୍ଲ କୁମାର ସାହୁ, ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସାହୁ ଯୋଗଦାନ କରିଥିଲେ । କେନ୍ଦୁଆପଦା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶୀଶେଖର କରଶର୍ମାଙ୍କ ସଂଚାଳନରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ୭ଟି ବ୍ଲକରୁ ୭୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗଦାନ କରିଥିଲେ । ଏଡି ପ୍ରତିଯୋଗିତା ବ୍ୟାଡ଼ମିଂଟନ, ଯୋଗାସନ, ଟାଏକଣ୍ଡ, ରଗବି, ଫୁଟବଲ, ହ୍ୟାଣ୍ଡବଲ, ୱେଟଲିଫ୍ଟିଙ୍ଗ୍, ଟେବୁଲ ଟେନିସ୍, ବାସ୍କେଟବଲ, ସ୍କେଟିଙ୍ଗ୍, ଫୁଟବଲ ଓ ଚେସ୍ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଧାନଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ, ଭୀମଚରଣ ପରିଡ଼ା, ପ୍ରଦୀପ ମହାପାତ୍ର, ଅନିଲ ମିଶ୍ର, ଭଦ୍ରକ ବ୍ଲକ କ୍ରୀଡ଼ା ସମ୍ପାଦକ ମାନସ କୁମାର ନାୟକ, ଧାମନଗର କ୍ରୀଡ଼ା ସମ୍ପାଦକ ମାନସ ରଞ୍ଜନ ନାୟକ, ଭଣ୍ଡାରୀପୋଖରି ବ୍ଲକ କ୍ରୀଡ଼ା ସମ୍ପାଦକ ଜିତେନ୍ଦ୍ର ସାହୁ, ତିହିଡ଼ି ବ୍ଲକ ସମ୍ପାଦକ ପ୍ରଭାତ ଜେନା, ବାସୁଦେବପୁର ବ୍ଲକ ସମ୍ପାଦକ ସୁକାନ୍ତ ଜେନା, ଚାନ୍ଦବାଲି ବ୍ଲକ ସମ୍ପାଦକ ବିଜୁଦତ ପଣ୍ଡା, ବନ୍ତ ବ୍ଲକ କ୍ରୀଡ଼ା ସମ୍ପାଦକ ମନୋଜ ଶଙ୍ଖୁଆ ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାରେ ସହାୟତ କରିଥିଲେ । ବିଭିନ୍ନ କ୍ରୀଡ଼ାର କୋଚ୍ ଓ ବିଚାରକ ଭାବରେ ଅଶୋକ କୁମାର ପଣ୍ଡା, ପବିତ୍ର ମୋହନ ଦାସ, ସୁପ୍ରଭା ରାଉତ, ବିକଶି ସାହୁ, ତପନ ମିଶ୍ର, ଡ଼ଲିରାଣୀ ଦାସ, ସଂଗୀତା ବେହେରା, ସ୍ୱର୍ଣ୍ଣଲତା ବେହେରା, ମାନସ ଜେନା କ୍ରୀଡ଼ା ପରିଚାଳନା କରିଥିଲେ । ଶିବ ନାରାୟଣ ପତି ବେଦପାଠ କରିଥିଲେ । ଲିନାରାଣୀ ଦାସ, ରୁବିନା ଖାତୁନ୍, ଅକ୍ଷୟ କୁମାର ସେଠୀ, ଓ ଅରୁଣ କୁମାର ବାରିକ୍ କ୍ରୀଡ଼ା ପ୍ରତିଯୋଗିତମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ ।








