ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ମେଡିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବି ଏବେ ନୁଁହ ୮/୧୦ବର୍ଷ ଧରି ଜିଲ୍ଲାବାସୀଙ୍କ ତରଫରୁ ଦାବି ହୋଇଆସୁଛି। ଜିଲ୍ଲାର ବିଭିନ୍ନ ଅଂଚଳ ର ଛାତ୍ର ଯୁବ ଓ ମହିଳା ସଂଗଠନ,ବୁଦ୍ଧିଜୀବୀ ମହଲ ପକ୍ଷରୁ ବିଭିନ୍ନ ସମୟରେ ,ଧାରଣା,ଅନଶନ ରାସ୍ତା ରୋକ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଛି।ଅନ୍ୟ ପକ୍ଷରେ ଅତୀତରେ କେନ୍ଦ୍ର ମନ୍ତ୍ରୀ ଓ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବାଲେଶ୍ୱରରେ ଏକ ସଭାରେ ଭଦ୍ରକ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ସମ୍ପର୍କ ରେ ଘୋଷଣା କରିଥିଲେ।ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନ ସଭା ଓ ବାରିପଦାରେ ଏକସଭାରେ ମେଡିକାଲ କଲେଜ ଭଦ୍ରକରେ ପ୍ରତିଷ୍ଠା ହେବା କଥାକୁ ଦୋହରାଇ ଥିଲେ।ସେହିପରି ପୂର୍ବତନ ବିଧାୟକ ନରେନ ପଲାଇ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ତୃତୀୟ ଥର ପାଁଇ ମୁଖ୍ୟମନ୍ତ୍ରୀ ଙ୍କ ମନେ ପକାଇବା ପାଁଇ ଜିଲ୍ଲାପାଳ ଙ୍କ ଜରିଆରେ କ୍ରମାଗତ ଭାବେ ସ୍ମାରକ ପତ୍ର ଦେଇ ଚାଲିଛନ୍ତି।ବାସ୍ତବ ଚିତ୍ର ହେଲା ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟସରକାରଙ୍କ ତରଫରୁ ସ୍ଥାନ ନିରୂପଣ ପାଁଇ ନିର୍ଦେଶ ଆସିବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକିୟା ପାଁଇ ଭଦ୍ରକ ତହିସିଲଦାର ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ନିର୍ଦେଶ ମିଳବା ପରେ ସ୍ଥାନ ନିରୂପଣ କାର୍ଯ୍ୟ ଜାରି ରହିଥିଲା।ଭଦ୍ରକ ତହସିଲ ପରିସର ଭୁକ୍ତ ଗେଲପୁର ନୂଆ ମେଡିକାଲ ସ୍ଥିତ ୪ଟି ମୌଜାରେ ସରକାରୀ ଓ ବେସରକାରୀ ୫୦ଏକର ଜମି ନିରୂପଣ କରାଯାଇଛି। ଏହାମଧ୍ୟରୁ ୪୬.୬୪ ଏକର ସରକାରୀ, ୩.୯୫ ଏକର ବେସରକାରୀ ଜମି। ସାମରାଏପୁର ମୌଜାରେ ୨.୦୪ ଏକର, ରାଜପୁରରେ ରକ୍ଷିତ ଖାତାରେ ୧୯.୫ ଏକର, ସର୍ବସାଧାରଣ ଖାତାରେ ୨.୯୩ ଏକର, କୋରକୋରା ମୌଜାରେ ୮.୮୧ ଏକର ଓ ତିହିଡି ମୌଜାରେ ୧୩.୩୫ ଏକର ଜମି ଚିହ୍ନଟ କରାଯାଇଛି। ଏହି ଜମିଗୁଡିକ ଗୋଚର, ଜଳାଶୟ, ଆଡି, ଗ୍ରାମ୍ୟ ଜଂଗଲ ଓ ଉନ୍ନତ ଯୋଜନା ଯୋଗ୍ୟ କିସମର। ସେହିପରି ବେସରକାରୀ ଜମି ଗୁଡିକ ହେଲା ସାମରାଏପୁର ମୌଜାର ୧.୫୪ ଏକର, ରାଜପୁରରେ ୦.୫୩ ଏକର, ତିହିଡିରେ ୧.୧୯ ଏକର ଓ କୋରକୋରାରେ ୦.୬୯ ଏକର ଜମି ଚିହ୍ନଟ କରାଯାଇଛି। ତେବେ ଜମିଗୁଡିକର ଚିହ୍ନଟ ପରେ ପ୍ରଶାସନ ତରଫରୁ ଏ ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଗତ ତା ୧୨.୬.୨୬ ରିଖରେ ଚିଠି ନଂ ୧୬୪୨୦ ରେ ଜିଲା ପ୍ରଶାସନକୁ ଅଧିଗ୍ରହଣ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ତରଫରୁ ଏ ନେଇ ଭଦ୍ରକ ତହସିଲଦାରଙ୍କୁ ଚିଠି କରାଯାଇଛି। ମେଡିକାଲ ପ୍ରତିଷ୍ଠାକୁ ନେଇ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କହନ୍ତି ଆମ ସରକାର ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ କିମ୍ବା ପ୍ରତାରଣା କରନ୍ତି ନାହିଁ। ମେଡିକାଲ କଲେଜକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତି ନିକଟରେ ମେଡିକାଲ କଲେଜର ଶିଳାନ୍ୟାସ କରିବେ । ଏଥିରେ ସନ୍ଦେହ ନାହିଁ।
Home ଜିଲ୍ଲା ପରିକ୍ରମା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ,ଭଦ୍ରକ ତହସିଲ ଅନ୍ତର୍ଗତ ୪ ମୌଜାରେ ସରକାରୀ ଓ ବେସରକାରୀ...








