Home ଜିଲ୍ଲା ପରିକ୍ରମା ମୋଦୀଙ୍କ ଜନ୍ମ ଜୟନ୍ତୀରେ ସମୂହ ଦୀପଦାନ

ମୋଦୀଙ୍କ ଜନ୍ମ ଜୟନ୍ତୀରେ ସମୂହ ଦୀପଦାନ

7

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ଏହି ବ୍ଲକ ମହତାବ ମଣ୍ଡଳ ପକ୍ଷରୁ ତ୍ରିସାଲିଆସ୍ଥିତ ସୁବର୍ଣ୍ଣେଶ୍ୱର ମହାଦେବଙ୍କ ପୀଠରେ ସମୂହ ଦୀପଦାନ କରାଯାଇଛି । ମଣ୍ଡଳ ସଭାପତି ଅମୂଲ୍ୟରତ୍ନ ନନ୍ଦଙ୍କ ଆବାହକତ୍ୱରେ ଦଳର ଭଣ୍ଡାରିପୋଖରୀ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପୂର୍ବତନ ମଣ୍ଡଳ ସଭାପତି ଗୋପାଳ କୃଷ୍ଣ ଦାଶ, ଶିବାନନ୍ଦ ଦାସଅଧିକାରୀ, ମହାନ୍ତିପଡା ସମିତିସଭ୍ୟ ନିର୍ମଳ ଚନ୍ଦ୍ର ନାୟକ, ବିଟିପୁର ସମିତିସଭ୍ୟ ପ୍ରତିନିଧି ବସନ୍ତ ପତି, ପଦ୍ମନାଭ ସୁଆଁର, ଆଇନଜିବୀ ସୁରେନ୍ଦ୍ର କର, ମଦନମୋହନ କଟୁଆଳ, ଚିନ୍ମୟ ମହାପାତ୍ର, ରମେଶ ସାହୁ, ଧିବର ସାମଲ, କାଳନ୍ଦୀ ନାୟକ, ଜିଲା୍ଲ ମହିଳା ମୋର୍ଚ୍ଚା ସମ୍ପାଦିକା ପ୍ରତିମା ସାହୁ ପ୍ରମୁଖ ଦୀପଦାନ କରି ମୋଦିଜୀଙ୍କ ଦୀର୍ଘାୟୁ କାମନା କରିଥିଲେ । ସେହିପରି ସନ୍ଧ୍ୟାରେ ବରଡେଶ୍ୱର ମଣ୍ଡଳ ପକ୍ଷରୁ ବରଡେଶ୍ୱର ଶିବମନ୍ଦିରରେ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନାଙ୍କ ତତ୍ୱାବଧାନରେ ବିଜେପି ଜିଲ୍ଲା ସମ୍ପାଦକ କିଶୋର କିଙ୍କର ପଢିଆରୀ, ଜିଲ୍ଲା ଉପ-ସଭାନେତ୍ରୀ ତପସ୍ୱୀନି ମହାପାତ୍ର, ଭଣ୍ଡାରିପୋଖରୀ ବିଧାନସଭା ନେତା ଡ. ସୁଧାଂଶୁ ଶେଖର ନାୟକ, ତୋଡଗାଁ ସରପଚଂ ମାନସ ପହି, ବନ୍ତ ସମିତିସଭ୍ୟ ପରମେଶ୍ୱର ବାରିକ, ନିଳୋକ ସମିତିସଭ୍ୟ ଉଦ୍ଧବ ସେଠୀ, ପୂର୍ବତନ ସମିତିସଭ୍ୟ ରବିନ୍ଦ୍ର ଧଳ, ପୂର୍ବତନ ସରପଚଂ ମନୋଜ ବିଶ୍ୱାଳ, ଜିତେନ୍ଦ୍ର ନାୟକ ପ୍ରମୁଖ ଦୀପଦାନ କରି ମୋଦିଜୀ ଲମ୍ବା ସମୟ ସୁସ୍ଥ ଓ ନିରାମୟ ସହ ରାଜନୀତିରେ ସକ୍ରିୟ ରହି ଦେଶକୁ ଆଗେଇ ନିଅନ୍ତୁ ବୋଲି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.