Home ଜିଲ୍ଲା ପରିକ୍ରମା ଧାମରା ,ସାଗର କବଚର ପ୍ରଥମ ଦିନରେ ୪ ରେଡଫୋର୍ସ ଅଟକ

ଧାମରା ,ସାଗର କବଚର ପ୍ରଥମ ଦିନରେ ୪ ରେଡଫୋର୍ସ ଅଟକ

5

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସୀମାନ୍ତ ତଥା ଉପକୂଳବର୍ତୀ ଇଲାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ବଢି ଚାଲିଛି ଏମାନଙ୍କୁ ପ୍ରତିହିତ କରିବା ପାଇଁ ଆରମ୍ଭ ହୋଇଛି ି ସୁରକ୍ଷାଭ୍ୟାସ ସାଗର କବଚ -୨୦୨୬।ପଶ୍ଚିମ ବଙ୍ଗ ଏବଂ ଓଡିଶା ରାଜ୍ୟ ପୁଲିସ ର ମିଳିତଭାବେ ଏହା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ସମୁଦ୍ର ପଥରେ ଆସୁଥିବା ୪ଆତଙ୍କବାଦୀ ମାନଙ୍କୁ ବ୍ଲୁ ଫୈାର୍ସ ଧରିବାରେ ସକ୍ଷମ ହୋଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ସମେତ ସାରା ରାଜ୍ୟର ଉପକଳୂବର୍ତୀ ଅଂଚଳରେ ଏହି ତଟ ସୁରକ୍ଷା ସାଗର କବଚ ଆରମ୍ଭ ହୋଇଛି। ମୁମ୍ବାଇ ୨୬ ନଭେମ୍ବର ୨୦୧୧ ରେ ହୋଇଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ତଥା ଆତଙ୍କବାଦୀ ମାନଙ୍କୁ ସମୂଳେ ଲୋପ କରିବା ଏଇ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ।ଓଡିଶା ସରକାରଙ୍କ ତରଫରୁ ଉପକୂଳବର୍ତୀ ଅଂଚଳ ଯଥା- ଧାମରା,କସିଆ,ଚୁଡାମଣୀ,ଚାନ୍ଦିପୁର ,ପାରାଦ୍ୱୀପ,ପୁରୀ ଏବଂଗୋପାଳପୁର ଠାରେ ଆଜି ସକାଳ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏହି ସୁରକ୍ଷାଭ୍ୟାସରେ ଭାରତୀୟ ତଟରକ୍ଷୀ ବାହିନୀ,ଭାରତୀୟ ନେଭି,ପଶ୍ଚିମବଙ୍ଗ ଏବଂ ଓଡିଶା ପୁଲିସ ସାମିଲ ହୋଇଥିଲେି ।ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ ,ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭି ର କିଛି ସଦସ୍ୟ ଗୁପ୍ତଚର(ରେଡଫୋର୍ସ) ହିସାବରେ ଧାମରା ଅଂଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଂଚଳ ଯଥା-ଧାମରା, ଧାମରା ପୋର୍ଟ କମ୍ପାନୀ ଲିମିଟେଡ,ଧାମରା ମତ୍ସ୍ୟପୋତାଶ୍ରୟ,ଚନ୍ଦନୀପାଳ,କରଞମାଳ, ବାଲିମୁଣ୍ଡା ,କସିଆ ,ଚୁଡାମଣୀ ଜେଟି,ଚୁଡାମଣି ଘାଟ ଏବଂ ବାସୁଦେବପୁର ଠାରେ ସାଦା ପୋ୍‌ଷାକରେ ପହରା ଦେଉଥାନ୍ତି।ଯଦି ଗୁପ୍ତଚର ମାନେ(ରେଡଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କିଛି ବାଧା ବିଘ୍ନରେ ପହଂଚିଯାନ୍ତି ତାହେଲେ ଗୋଇନ୍ଦା ବିଭାଗ (ବ୍ଲୁ ଫୋର୍ସ)ସଜାଗ ନାହିଁ ବୋଲି ଧରାଯାଏ। ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପଂହଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ବ୍ଲୁ ଫୋର୍ସ) ସେମାନଙ୍କୁ ଧରିନିଏ ତାହେଲେ ଉପକୂଳବର୍ତୀ ଅଂଚଳରେ ସୁରକ୍ଷାବ୍ୟବସ୍ଥା ଠିକ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଦିନ ୧୧ଟା ସମୟରେ ପାରାଦ୍ୱୀପରୁ ଉମା -୨ ଏବଂ ମନୀଷା ନାମକ ମାଛ ଧରା ଟ୍ରଲରେ ୪ ଜଣ ଆତଙ୍କବାଦୀ ମାନେ ଆୁସୁଥିବାର ଖବର ପାଇ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋସ ଏର୍ବଂ ମେରାଇନ ପୁଲିସର ରଜନୀକାନ୍ତ ପ୍ରଧାନ, ରାଜେନ୍ଦ୍ର କୁମାର ବଳ, ସଞିବ ମଲିକ, ସୁରେନ୍ଦ୍ର ନାଥ ପ୍ରଧାନ କୃଷ୍ନ ଚନ୍ଦ୍ର ନାୟକ ପ୍ରମୁଖ ସମଦ୍ରରେ କାର୍ଯ୍ୟରତ ଥିବା ବେଳେ ପାରାଦ୍ୱୀପର ଏହି ବୋଟକୁ ଅଟକାଇବା ସହ ଭିତରେ ଲୁଚି ରହିଥିବା ୪ଜଣ ନାଭାଲ ଜଓାନ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ପରେ ସେମାନଙ୍କୁ ଧାମରା ମେରାଇନ ଥାନାକୁ ଅଣାଯିବା ପରେ ସମସ୍ତଙ୍କ ବୟାନ ଲିପିବଦ୍ଧ କରିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିଲା।।ଆଜିର ଏହି ସୁରକ୍ଷାଭ୍ୟାସରେ ଓଡିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ, ଏବଂ ସେମାନଙ୍କର ଧାମରା ଠାରେ ନିୟୋଜିତ ହୋଇଥିବା ୨ଟି ବୋଟ,ଚୁଡାମଣୀ ଠାରେ ଥିବା ୨ଟି ସ୍ପିଡ ବୋଟ , ଧାମରା ମେରାଇନ ପୁଲିସ , ବାଂଶଡା ପୁଲିସ,(ବ୍ଲୁଫୋର୍ସ) ଡ୍ୟୁଟି ଆରମ୍ଭ କରିଥିଲେ ସେମାନେ ଧାମରାରୁ ବାହାରି ଚନ୍ଦନୀପାଳ ,ଧାମରା ପ୍ରତିରକ୍ଷା ଘାଟୀ, କରଞମାଳ,କରଣପଲ୍ଲୀ, ବାଲିମୁଣ୍ଡା, ବାବୁବାଲି , ତାଳଚୁଆ ପ୍ରଭୃତି ସ୍ଥାନ ମାନଙ୍କରେ ପଇଁତରା ମାରି ବାସୁଦେବପୁର ଠାରେ ଥିବା କସିଆ ପର୍ଯ୍ୟନ୍ତ ଯାଇଥିଲେ । ଆଜିର ଏହି ସାଗର କବଚରେ ଧାମରା ଠାରେ ଆରମ୍ଭ ହୋଇଥିବା ବେଳେ ଧାମରା ମତ୍ସ୍ୟପୋତାଶ୍ରୟ ଠାରେ ଜଣେ ସବ ଇନସପେକ୍ଟର ସମେତ ୬ଜଣ କନେଷ୍ଟବଳ,ଧାମରା ବନ୍ଦର ନିକଟବର୍ତୀ ଅଂଚଳରେ ଜଣେ ଏଏସ ଆଇଙ୍କ ସମେତ୬ଜଣ କନେଷ୍ଟବଳ,ଚନ୍ଦନୀପାଳ ପ୍ରତିରକ୍ଷା ଘାଟି ଠାରେ ଜଣେ ଏଏସଆଇଙ୍କ ସହ ୩ଜଣ,କସିଆ ଠାରେ ୪ଜଣ,ଚୁଡାମଣୀ ଜେଟିରେ ୪ଜଣ ଏବଂ ଚୁଡାମଣୀ ଘାଟ ଠାରେ ୪ଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ଏହି ସୁରକ୍ଷାଭ୍ୟାସ ୨ ଦିନ ଧରି ଚାଲିବ ବୋଲି ବିଭାଗୀୟ କର୍ତୁପକ୍ଷଙ୍କ ନିକଟରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.