Home ଜିଲ୍ଲା ପରିକ୍ରମା ହରିଜନ ଆଦିବାସୀ ନିର୍ଯ୍ୟାତନା ନିରୋଧ ଅଧିନିୟମରେ ୩ ବର୍ଷ ସଶ୍ରମ କାରାଦଣ୍ଡ

ହରିଜନ ଆଦିବାସୀ ନିର୍ଯ୍ୟାତନା ନିରୋଧ ଅଧିନିୟମରେ ୩ ବର୍ଷ ସଶ୍ରମ କାରାଦଣ୍ଡ

10

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଭାତ କୁମାର ରାଜଗୁରୁ ଏକ ହରିଜନ ଆଦିବାସୀ ନିର୍ଯ୍ୟାତନା ନିରୋଧ ଅଧିନିୟମରେ ଅଭିଯୁକ୍ତ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ କୋରକୋରା ଗ୍ରାମର ବଳରାମ ମହାପାତ୍ରଙ୍କ ପୁତ୍ର ଲକ୍ଷ୍ମୀଧର ମହାପାତ୍ର ଙ୍କୁ ଧରା ୩ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତିା। ଜୋରିମାନା ଅନାଦେୟ ପୁନଶ୍ଚ ୧ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେବା ଅଭିଯୋଗରେ ଭାରତୀୟ ନ୍ୟାୟ ସଂହିତର ଧରା ୭୬ ଅନୁଯାୟୀ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦୦୦ ଟଙ୍କା ଓ ଅନାଦେୟ ପୁଣି ୧ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ମଧ୍ୟ ଦେଇ ଅଛନ୍ତି। ବିବରଣୀ ଏହି କି ଗତ ୨୦୨୫ ମସିହା ଅଗଷ୍ଟ ମାସ ୨୫ ତାରିଖ ସେହି କୋରକରା ଗ୍ରାମର ଜନୈକ ହରିଜନ ମହିଳା ଙ୍କ ସ୍ୱାମୀଙ୍କ ଅନୁପସ୍ଥିତତାର ସୁଯୋଗ ନେଇ ମହିଳାଙ୍କ ଘର ଭିତରକୁ ପ୍ରବେଶ କରି ତାଙ୍କ ଜାତିକୁ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଯୌନ ଉଦ୍ଦୀପକ ବ୍ୟବହାର ପ୍ରଦର୍ଶନ କରି ମାଡ଼ ମାରି ଥିବାର ଅଭିଯୋଗ କରି ସ୍ଥାନୀୟ ଭଣ୍ଡାରିପୋଖରୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୩୭୪/୨୫ ହରିଜନ ଆଦିବାସୀ ନିର୍ଯ୍ୟାତନା ନିରୋଧ ଆଇନର ଦଫା -୩ ଓ ଭାରତୀୟ ନ୍ୟାୟ ସଂହିତାର ଧରା -୭୬, ୧୧୫ (୨)ରେ ଏକ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ଲକ୍ଷ୍ମୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା, ପରେ ସେ ଜମିନାରେ ଥାଇ ମାମଲା ବିଚାର ହୋଇଥିଲ।।। ଅଭିଯୋଗ କାରିଣୀ ଙ୍କ ତରଫରୁ କ୍ୟାଡର ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସୁଦୀପ୍ତ କିଶୋର ଦାସ ମମଲା ପରିଚଳଣା କରୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.