Home ଜିଲ୍ଲା ପରିକ୍ରମା ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଛାତ୍ର ମୃତ

ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ଛାତ୍ର ମୃତ

13

ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ ଘଟି ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଏମିତି ଏକ ଅଘଟଣର ଖବର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦିଗଛିଆରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଆସିଛ। ସୂଚନା ମୁତାବକ ଦିଗଛିଆରେ ଥିବା ବିଶ୍ୱଭାରତୀ ଆବାସିକ ବିଦ୍ୟାଳୟର କିଛି ଛାତ୍ର ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ନିକଟସ୍ଥ ସରକାରୀ କୃଷି ଗବେଷଣା କେନ୍ଦ୍ରର ପୋଖରୀକୁ ଯାଇଥିଲେ । ମୂର୍ତ୍ତି ବିସର୍ଜନ ବେଳେ ଗୋଡ଼ ଖସି ଯିବାରୁ ଜଣେ ଛାତ୍ର ବୁଡି ଯାଇଥିଲେ । ସାଥି ମାନେ ବହୁ ଖୋଜିବା ପରେ ନ ପାଇବାରୁ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଜଣାଇଥିଲେ । ବିଦ୍ୟାଳୟ କର୍ତ୍ତୃପକ୍ଷ ବହୁ ଖୋଜାଖୋଜି ପରେ ନ ପାଇବାରୁ ଗଦି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଛତ୍ରକୁ ଠାବ କରିଥିଲେ ମଧ୍ୟ ସେତେବେଳେକୁ ଛାତ୍ରଙ୍କର ମୃତ୍ୟୁ ଘଟିସାରିଥିଲା । ମୃତ ଛାତ୍ର ଜଣକ ହେଉଛନ୍ତି ପୀୟୂଷ ଦାସ,ତାଙ୍କ ଘର ଭଦ୍ରକର ଚରମ୍ପା ଅଞ୍ଚଳରେ ବୋଲି ଜଣା ପଡ଼ିଛି ,ସେ ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢ଼ୁଥିଲା । ବିଦ୍ୟାଳୟ କତ୍ତୃପକ୍ଷଙ୍କ ଦାଇତ୍ୱ ହୀନତା ପାଇଁ ଏଭଳି ଏକ ଅଘଟଣ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.