Home ଜିଲ୍ଲା ପରିକ୍ରମା ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଯୋଗଦାନ

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟରେ ଯୋଗଦାନ

3

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ପଧାନପଡାସ୍ଥିତ ବନ ବିହାରୀ ନୋଡାଲ୍ ୟୁପି ସ୍କୁଲରେ ନରେନ୍ଦ୍ର କୁମାର ସାହୁ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କୌଶଲ୍ୟା ନୋଡାଲ ଉପ୍ରା ବିଦ୍ୟାଳୟ ରାମକୃଷ୍ଣ ପୁରର ଆସି ସେ ଏଠାରେ ଯୋଗଦାନ କରିଛନ୍ତି । ଏଠାରେ ଦାୟିତ୍ୱରେ ଥିବା ଶିକ୍ଷକ ସତ୍ୟରଞ୍ଜନ ଦାସଙ୍କ ଠାରୁ ସେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦିଲ୍ଲିପ କୁମାର ସାହୁ, ଶିକ୍ଷକ ସେକ ଆଜାରୁଦିନ, ବିଶ୍ୱନାଥ ମାଝୀ, ସେକ ରମଜାନ ଅଲ୍ଲି, ପ୍ରଫୁଲ କୁମାର ମଲ୍ଲିକ, ପ୍ରଶାନ୍ତ ରାଉତ, ବିଣାପାଣୀ ମହାକୁଡ, ଝିଲ୍ଲିରାଣୀ ଘଡେଇ, ଦିପ୍ତିରେଖା ସାହୁ, ରମେଶ ପ୍ରସାଦ କର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଏଠାରେ ୨୪୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଗତ ମାର୍ଚ୍ଚ ମାସରେ ଏଠାରେ ଥିବା ଆଦର୍ଶ ଶିକ୍ଷକ ଅଜୟ କୁମାର ପୃଷ୍ଟି ଅବସର ନେବା ପରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.