Home ଜିଲ୍ଲା ପରିକ୍ରମା ଦେଶୀ ମଦ ସହ ବୋଲେରୋ ଜବତ,ମହିଳାଙ୍କ ସମେତ ୨ ଗିରଫ

ଦେଶୀ ମଦ ସହ ବୋଲେରୋ ଜବତ,ମହିଳାଙ୍କ ସମେତ ୨ ଗିରଫ

2

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶ ଏବଂ ଅବକାରୀ ଉପ-ଅଧିକ୍ଷକ ସୁଚରିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଭଦ୍ରକ ଅବକାରୀ ନିରୀକ୍ଷକ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ବନ୍ତ ଥାନା ଆପଣ୍ଡା ଛକ ଓ ଭଦ୍ରକ ଗ୍ରାମାଂଚଳ ଥାନା ରାହାଞ୍ଜ ଗ୍ରାମରେ ଚଢ଼ାଉ କରି ୪୯୦ ଲିଟର ଦେଶୀ ମଦ ସହିତ ଗୋଟିଏ ବଲେରୋ ଜବତ କରିଛନ୍ତି । ଏହି ଘଟଣାରେ ଅବକାରୀ ପୋଲିସ ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଜବତ ମଦ ଓ ବଲେରୋ ଗାଡିର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ଓ ଏହି ଚଢ଼ାଉରେ ଭଦ୍ରକ ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ, ଏ.ଏସ.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ୨ ଗୋଟି ଭିନ୍ନ ଭିନ୍ନ ମାମଲା ରୁଜ୍ଜୁ କରାଯାଇ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.