Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପି ପକ୍ଷରୁ ଜିଲା କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ ବିଜେପି ପକ୍ଷରୁ ଜିଲା କାର୍ଯ୍ୟକାରିଣୀ ବୈଠକ

1

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅବସରରେ ଦଳର ବରିଷ୍ଠ ନେତୃବୃନ୍ଦ, ଜନପ୍ରତିନିଧି ଏବଂ ସମର୍ପିତ କାର୍ଯ୍ୟକର୍ତାମାନଙ୍କ ଗହଣରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଆଲୋଚନା ହୋଇଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଭାରତୀୟ ଜନତା ପାର୍ଟିର ମାନନୀୟ ରାଜ୍ୟ ସଭାପତି ମନମୋହନ ସାମଲ, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲା ପ୍ରଭାରୀ ସଞ୍ଜୀବ ମହାନ୍ତି ଙ୍କ ସମେତ ବରେଣ୍ୟ ବରିଷ୍ଠ କାର୍ଯ୍ୟକର୍ତା, ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ବୈଠକର ଗୌରବ ବଢ଼ାଇଥିଲେ। ବୈଠକରେ ଦଳୀୟ ସଂଗଠନକୁ ତୃଣମୂଳସ୍ତରରେ ଆହୁରି ସୁଦୃଢ଼ କରିବା, ପ୍ରତ୍ୟେକ ବୁଥ୍‌ରେ ସଂଗଠନକୁ ମଜବୁତ କରିବା, କାର୍ଯ୍ୟକୠର୍ାଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ସହିତ ଜନସାଧାରଣଙ୍କ ସହ ନିରନ୍ତର ସମ୍ପର୍କ ରଖି ଜନସେବାକୁ ଆହୁରି ବ୍ୟାପକ ଓ ଗତିଶୀଳ କରିବା ନେଇ ଆଲୋଚନା ହୋଇଥିଲା। ବରିଷ୍ଠ ନେତୃବୃନ୍ଦଙ୍କ ମାର୍ଗଦର୍ଶନ ଏବଂ କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ଆମ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବ। ଏକତା, ଶୃଙ୍ଖଳା ଓ ସେବାର ମନୋଭାବକୁ ପାଥେୟ କରି ଭଦ୍ରକ ଜିଲ୍ଲା ବିଜେପି ଆଗାମୀ ଦିନରେ ଜନସାଧାରଣଙ୍କ ସେବା ଓ ସଂଗଠନର ବିସ୍ତାର ପାଇଁ ଆହୁରି ଦୃଢ଼ତାର ସହ କାର୍ଯ୍ୟ କରିବ। ସଂଗଠନ ହିଁ ଶକ୍ତି, କାର୍ଯ୍ୟକୠର୍ା ହିଁ ଆମର ପରିଚୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.