Home ଜିଲ୍ଲା ପରିକ୍ରମା ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀଗଣେଶ ପୂଜା

ନୂଆବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀଗଣେଶ ପୂଜା

1

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ ବଜାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ପାଗ ଅନୁକୂଳ ଥିବାରୁ ବହୁ ସଂଖ୍ୟାରେ ଶିଶୁ ଭାଇ ଭଉଣୀ, ଅଭିଭାବକ, ଅଭିଭାବିକା ଉକ୍ତ ଉତ୍ସବରେ ଯୋଗଦାନ କରିଥିଲେ । ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ମନ୍ତ୍ରପାଠରେ ବିଦ୍ୟାଳୟ ପରିବେଶ ଉତ୍ସବ ମୁଖରିତ ହୋଇଥିଲା । ଉକ୍ତ ଉତ୍ସବରେ ନୂଆ ବଜାର ସଂକୁଳର ସଂକୁଳ ପ୍ରମୁଖ ସଂଗ୍ରାମ କେଶରୀ ମହାନ୍ତି, ସଭାପତି ବ୍ରଜ କିଶୋର ବଳ, ବସନ୍ତ କୁମାର ମହାନ୍ତି, ଉପସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ, ଯୁଗ୍ମ ସମ୍ପାଦିକା ମିଲି ମହାନ୍ତି, ସଦସ୍ୟା ରୀନାରାଣୀ ଜେନା, ସଦସ୍ୟ ସର୍ବେଶ୍ୱର ମହାପାତ୍ର, ସହ ପ୍ରଧାନ ଆଚାର୍ଯ୍ୟ ମୃତୁଞ୍ଜୟ ନାୟକ, ପ୍ରଧାନ ଆଚାର୍ଯ୍ୟ ମାୟାଧର ଲେଙ୍କା ଉପସ୍ଥିତ ରହିଥିଲେ । ଶିଶୁ ଭାଇ ଭଉଣୀ, ଅଭିଭାବକ ପୂର୍ବଛାତ୍ର, ପରିଚାଳନା ସମିତିର ସଦସ୍ୟ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ନିକଟରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.