Home ଜିଲ୍ଲା ପରିକ୍ରମା ଧାମନଗରରେ ମୋବାଇଲ ଟାୱାର ବ୍ୟାଟେରୀ ଚୋରି, ଦୁଇ ଫେରାର , ଜଣେ ଅଟକ

ଧାମନଗରରେ ମୋବାଇଲ ଟାୱାର ବ୍ୟାଟେରୀ ଚୋରି, ଦୁଇ ଫେରାର , ଜଣେ ଅଟକ

3

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଏବଂ ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଘଟଣା ଜନସାଧାରଣଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ, ବର୍ତମାନ ମୋବାଇଲ ଟାୱାର ଗୁଡ଼ିକୁ ଟାର୍ଗେଟ କରାଯାଉଥିବା ଦେଖିବାକୁ ମିଳିଛି।ରବିବାର ସଂଧ୍ୟା ରେ ତିନି ଜଣ ବ୍ୟକ୍ତି ଏକ କାର ଯୋଗେ ଆସି ଦୋବଲ ହାଟ ରେ ରହି ଥିଲେ। ସେଠାରୁ ଜଣେ ସ୍ଥାନୀୟ ମୋବାଇଲ ଟାୱାର ରୁ ବ୍ୟାଟେରୀ ଚୋରୀ କରୁଥିବା ବେଳେ ମୋବାଇଲ ସି ସି କ୍ୟାମେରା ରେ ଭଦ୍ରକ ରୁ ଦେଖି ସ୍ଥାନିୟ ଲୋକ ଙ୍କୁ ଖବର ଦେବାପରେ ଖବର ପାଇ ସ୍ଥାନିୟ ଲୋକ ଉକ୍ତ ଚୋର କୁ ଧରି ଧାମନଗର ପୋଲିସ କୁ ଖବର ଦେଇ ଥିଲେ ଧାମନଗର ପୋଲିସ ଅଭିଯୁକ୍ତ କୁ ଥାନା କୁ ନେଇ ପଚରା ଉଚ୍ଚରା କରୁଚି,ଘଟଣା ସ୍ତଳରୁ ଅନ୍ୟ ଦୁଇଜଣ ଅଭିଯୁକ୍ତ କାର ନେଇ ଫେରାର ହୋଇ ଯାଇଚନ୍ତି। ଅଟକ ଥିବା ଅଭିଯୁକ୍ତ ଭଦ୍ରକ ର ବାଇପାସ୍ ନିକଟସ୍ତ ଓଲଙ୍ଗ ଗ୍ରାମ ର ରାମ ଚନ୍ଦ୍ର ସ୍ୱାଇଁ ଙ୍କ ପୁଅ ରଞ୍ଜିତ ସ୍ୱାଇଁ ବୋଲି ଜଣା ପଡ଼ିଛି।ପୋଲିସ ଘଟଣା ଅଧିକ ତଦନ୍ତ କରୁଛି।ବିଶେଷକରି ରାତିର ଅନ୍ଧକାରରେ ମୋବାଇଲ୍ ଟାୱାର ଗୁଡ଼ିକରୁ ମୂଲ୍ୟବାନ ବ୍ୟାଟେରୀ ଚୋରି ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି, ଯାହାକି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଟେଲିକମ କମ୍ପାନୀର ଟାୱାର ଗୁଡ଼ିକରୁ ନିୟମିତ ଭାବେ ବ୍ୟାଟେରୀ ଚୋରି ହେବା ଫଳରେ ମୋବାଇଲ୍ ନେଟୱାର୍କ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ବିଦ୍ୟୁତ୍ ସଂଯୋଗ କାଟିଦେଲେ କିମ୍ବା ଲାଇନ ଚାଲିଗଲେ ଏହି ବ୍ୟାଟେରୀ ଗୁଡ଼ିକ ଟାୱାର ଚାଲୁ ରଖିବାରେ ସହାୟକ ହୋଇଥାଏ। କିନ୍ତୁ ଚୋରମାନେ ସୁଯୋଗ ଦେଖି ଟାୱାର ରୁ ଗୁରୁତ୍ୱପୂର୍ଣ୍ଣ ସରଞ୍ଜାମ ଗୁଡ଼ିକୁ ନେଉଥିବା ଅଭିଯୋଗ ହେଉଛି।ଏହି ଘଟଣାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ଦେଖାଦେଇଥିବାବେଳେ, ତୁରନ୍ତ ପୋଲିସ ପ୍ରଶାସନ ଏହି ଚୋର ଙ୍କୁ ଠାବ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.