Home ଜିଲ୍ଲା ପରିକ୍ରମା ମା’ ରକ୍ଷାକାଳୀ ୟୁଥ୍ କ୍ଲବର ୧୩ ତମ ବାର୍ଷିକୋତ୍ସବ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ମା’ ରକ୍ଷାକାଳୀ ୟୁଥ୍ କ୍ଲବର ୧୩ ତମ ବାର୍ଷିକୋତ୍ସବ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

11

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ ପଂଚାୟତ ରାମେଶ୍ୱରପୁର ସ୍ଥିତ ମା’ ରକ୍ଷାକାଳୀ ୟୁଥ୍ କ୍ଲବ ର ୧୩ ତମ ବାର୍ଷିକୋତ୍ସବ ଏବଂ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।କ୍ଲବ ର ସଭାପତି ସୁଦର୍ଶନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରତିନିଧି ମନୋରଞ୍ଜନ ମଲିକ, ସମାଜସେବୀ କ୍ଷେତ୍ରବାସୀ ବାରିକ, ରମାକାନ୍ତ ବେହେରା, ଭାସ୍କର ମହାପାତ୍ର ଏବଂ ପ୍ରଶାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।ଏହି ସଫଳ କାର୍ଯ୍ୟକ୍ରମକୁ କ୍ଲବ ର ସମ୍ପାଦକ ଅନିଲ କୁମାର ବେହେରା, ଦୀପ୍ତି ରଞ୍ଜନ ବେହେରା, ଉତ୍କଳ ବେହେରା, ଲମ୍ବୋଦର ନାୟକ, କୃପାସିନ୍ଧୁ ରାଉତ, ଜ୍ୟୋତି ରଞ୍ଜନ ବେହେରା, ତପନ କୁମାର, ଗୌରବ ବେହେରା, ସରୋଜ ବେହେରା, ଅରୂପାନନ୍ଦ ରାଉତ, ନିରଞ୍ଜନ ବେହେରା ଓ ପ୍ରଦୀପ ବେହେରା ପ୍ରମୁଖ ସକ୍ରିୟ ଭାବେ ପରିଚାଳନା କରିଥିଲେ।ଚଳିତ ବର୍ଷ କ୍ଲବ ର ୧୩ ତମ ବାର୍ଷିକୋତ୍ସବ ବେଶ୍ ଉତ୍ସାହର ସହ ପାଳନ କରାଯାଉଥିବାବେଳେ ଆଗାମୀ ୭ ଦିନ ଧରି ମା’ ରକ୍ଷାକାଳୀଙ୍କ ପୀଠରେ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ଅନିଲ ବେହେରା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.