ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ୮ମ ଶ୍ରେଣୀର ଛାତ୍ର ରାଜ ଆଶିଷ ଜେନା ବୃତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେ ଜଣେ ମେଧାବୀ ଛାତ୍ର ଭାବେ ଅଂଚଳର ଜଣା ଶୁଣା। ତାଙ୍କର ଏହି କୃତିତ୍ୱ ପାଇଁ ସେ ବିଦ୍ୟାଳୟର ପ୍ରଧାନ ଗୁରୁମା ମିନତୀ ମହାରଣା, ବରିଷ୍ଠ ଗୁରୁଜୀ ନିରଞ୍ଜନ ସାମଲ, ବିଦ୍ୟାଳୟର ସମସ୍ତ ଗୁରୁଜୀ ଏବଂ ଗୁରୁମା ମାନଙ୍କୁ ଏହି ଶ୍ରେୟ ଦେବା ସହ ନିଜର ଅଧ୍ୟବସାୟ ପାଇଁ ସବୁ ସମୟରେ ନିଜ ପିତାମାତାଙ୍କ ଆର୍ଶିବାଦ ତାଙ୍କୁ ଏହି ବୃତି ପାଇବାରେ ସକ୍ଷମ କରାଇଛନ୍ତି।







