ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକର ଶହୀଦ ନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବଡ଼ ଧରଣର ଚୋରି ହୋଇଛି।ଏନେଇ ଧୂଷୁରୀ ଥାନାରେ ଏତଲା ହୋଇଥିବା ଜଣାପଡିଛି।ଦୁଇ ଦିନ ତଳେ କେହି ଦୁବୃର୍ତ ନିକଟସ୍ଥ ଶହୀଦ ନଗର ବଜାରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଅନେକ ମୂଲ୍ୟବାନ ଯନ୍ତ୍ରପାତି ନେଇ ଯାଇଛନ୍ତି।ଆଜି ଏକଥା ଜଣାପଡିଥିଲା।ଘଟଣା ସମ୍ପର୍କରେ ଶହୀଦ ନଗର ମେଡ଼ିକାଲର ଅଧିକାରୀ ଡାକ୍ତର ସୁମନ ସୌରଭ ସାହୁ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଏହାକୁ ଭିତିକରି ମାମଲା ସଂଖ୍ୟା-୩୯୯/୨୬ ରୁଜ୍ଜୁ କରାଯାଇଥିବା ବେଳେ ଧୂଷୁରୀ ପୁଲିସ ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିଛି।ଚୋରି ହୋଇଥିବା ମେଡ଼ିକାଲ ଯନ୍ତ୍ରପାତିର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲିକୁହାଯାଇଛି।ଘଟଣା ଦୁଇ ଦିନ ପୂର୍ବରୁ ଘଟିଥିଲା ବେଳେ ମେଡ଼ିକାଲ କତୃପକ୍ଷ କିପରି ଏହାକୁ ଆଜି ଜାଣିଲେ ତାହା ବିଭାଗର କର୍ମଚାରୀଙ୍କ ଦାଇତ୍ୱ ପ୍ରତି ପ୍ରଶ୍ନ ସୃଷ୍ଟି କରିଛି।








