ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧିନୟମ ଏବଂ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ନବଗଠିତ କମିଟିର ଭଦ୍ରକ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଭାବେ ଅମୀୟ ମହାପାତ୍ରଙ୍କୁ ସାମିଲ କରାଯାଇଛି। ଦୀର୍ଘଦିନ ହେବ ଅମୀୟ ମହାପାତ୍ର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଭାବେ ନିଜକୁ ପ୍ରତିପାଦନ କରିବା ସହ ଅଂଚଳର ସାଧାରଣ ଜନତାଙ୍କ ସୁଖ ଦୁଃଖର ସାଥି ହୋଇ ପାରିଛନ୍ତି। ସେ ନିଜ ଛାତ୍ର ଜୀବନରୁ କଂଗ୍ରେସ ସହ ଓତପ୍ରୋତ ଭାବେ ଜଡିତ ହେବା ସଜ ନିଜକୁ ଜଣେ ଛାତ୍ରନେତା ଭାବେ ତୃଣମୂଳ ସ୍ତରରୁ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରି ଆସିବା ସହ ଜଣେ ସମାଜସେବୀ ଭାବେ ମଧ୍ୟ ନିଜରଦାୟିତ୍ୱ ସଠିକ ଭାବେ ତୁଲାଇ ଆସିଛନ୍ତି। ନୂତନ ଦାୟିତ୍ୱ ନେବା ପରେ ସେ ଆଗାମୀ ଦିନରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜଭୁତ କରିବାକୁ ଆପ୍ରାଣ ଉଦ୍ୟମ କରିବା ସହ ଧାମରା ତଥା ଚାନ୍ଦବାଲି ଅଂଚଳରେ ପୁନଶ୍ଚ ଦଳକୁ ୧ନଂ କରି ଗଢି ତୋଳିବା ସହ ଦଳ ପକ୍ଷରୁ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ସୁଚାରୂ ରୂପେ ପାଳନ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।








