Home ଜିଲ୍ଲା ପରିକ୍ରମା ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୩୦ ହଜାର ଟଙ୍କା ପ୍ରଦାନ

ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୩୦ ହଜାର ଟଙ୍କା ପ୍ରଦାନ

4

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ସାମ୍ପ୍ରତିକ ବନ୍ୟାରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଭଦ୍ରକ ଅଟୋନମସ୍ କଲେଜ ଷ୍ଟାଫ୍ କ୍ଲବ୍ ପକ୍ଷରୁ ମାନବିକତାର ହାତ ବଢ଼ାଯାଇଛି। ଆଜି ଭଦ୍ରକ ସର୍କିଟ୍ ହାଉସ୍‌ରେ ଷ୍ଟାଫ୍ କ୍ଲବ୍ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ଉଦ୍ଦେଶ୍ୟରେ ୩୦,୦୦୦ ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭଦ୍ରକ ଅଟୋନମସ୍ କଲେଜର ଅଧ୍ୟକ୍ଷ ଡ. ଲଳିତ ରଞ୍ଜନ ସାହୁ, ଷ୍ଟାଫ୍ କ୍ଲବ୍ ସମ୍ପାଦକ ଡ. ସଞ୍ଜୟ କୁମାର ଦତ ଏବଂ ଏକାଡେମିକ୍ ବର୍ସାର ଡ. ବ୍ରହ୍ମାନନ୍ଦ ପଣ୍ଡା ଉପସ୍ଥିତ ରହି ଏହି ଅର୍ଥରାଶି ପ୍ରଦାନ କରିଥିଲେ। ଏହି ମହତ୍ ପଦକ୍ଷେପରେ କଲେଜର ପ୍ରଶାସନିକ ବର୍ସାର ଡ. ଏଲ୍‌. କେ. ନାୟକଙ୍କ ପଦକ୍ଷେପ ବିଶେଷ ଭାବେ ଉଲ୍ଲେଖନୀୟ। ତାଙ୍କର ପ୍ରୟାସ ଓ ସହଯୋଗରେ ଏହି ମାନବିକ ପଦକ୍ଷେପ ଅଧିକ ସୁସଂଗଠିତ ଭାବେ ଆଗେଇ ନିଆଯାଇଥିଲା। ବିପଦ ସମୟରେ ବନ୍ୟା ବିପନ୍ନଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇବା ସାମାଜିକ ଦାୟିତ୍ୱର ଏକ ଉତମ ଉଦାହରଣ। ଭଦ୍ରକ ଅଟୋନମସ୍ କଲେଜ ଷ୍ଟାଫ୍ କ୍ଲବ୍‌ର ଏହି ପଦକ୍ଷେପ ବନ୍ୟା ପ୍ରଭାବିତ ଜିଲ୍ଲାବାସୀଙ୍କ ପ୍ରତି ଏକତା, ସମ୍ବେଦନଶୀଳତା ଓ ସାମାଜିକ ପ୍ରତିବଦ୍ଧତାର ପରିଚୟ ବୋଲି ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.