ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ବିକାଶ ଚନ୍ଦ୍ର ଦାସ ଜଣେ ରାଷ୍ଟ୍ରୀୟ ସ୍ୱୟଂ ସଂଘର କର୍ମକର୍ତାଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧକ ରଖିବା ଘଟଣା ଆଜି “ଓଡ଼ିଆ ପୁଅ” ରେ ପ୍ରକାଶ ପାଇବା ପରେ ଆଜି ଭଦ୍ରକ ଜିଲାପାଳ ତାଙ୍କର ପତ୍ର ନଂ ୧୧୨୯୭/ତା୦୯.୯.୨୬ ମୂଳେ ନିଲମ୍ବିତ କରିଛନ୍ତି। ଏବଂ ଏହାର ଏକ କପି ଉପଜିଲାପାଳ ଓ ଭଦ୍ରକ ତହସିଲଦାରଙ୍କୁ ପ୍ରେରଣ କରିଥିବାର ଜଣାପଡିଛି। ଏଠାରେ ସୂଚନାଯୋଗ୍ୟ ତିହିଡି ଥାନା ଅଧିନସ୍ଥ କାଁ ପଡା ନିବାସୀ ସୁବାଷ ଚନ୍ଦ୍ର ଦାସଙ୍କ ପୁତ୍ର ବିକାଶ (୩୭) ଗତ ୪ ତାରିଖ ଦିନ ବିକାଶ ଭଦ୍ରକ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର କର୍ମକର୍ତା ଲୋକେଶ ରଞ୍ଜନ ପାଣିଗ୍ରାହୀଙ୍କୁ କାଁ ପଡ଼ାର ବାସୁଳି ମନ୍ଦିର ନିକଟରେ ମରଣାନ୍ତକ ଆକ୍ରମଣ ପୂର୍ବକ ନିଜ ଘରକୁ ନେଇ ଚାବି ପକାଇ ରଖିଥିଲା। ଏହି ଘଟଣାରେ ଲୋକେଶ ପୋଲିସରେ ଅଭିଯୋଗ କରିବାପରେ ବିକାଶ ଗିରଫ ହୋଇଥିଲା। ପରେ ବିକାଶର ଜାମିନ ନାମଂଜୁର ହେବାରୁ ସେ ସେହଦିନରୁ ଜେଲ୍ରେ ରହିଛି। କିନ୍ତୁ ବିକାଶ ଗିରଫ ହୋଇ ୫ ଦିନ କାରାଗାରରେ ରହିଥିଲେ ମଧ୍ୟ ତାଙ୍କ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହି ଘଟଣା “ଓଡ଼ିଆ ପୁଅ”ରେ ପ୍ରକାଶ ପାଇବା ପରେ ଭଦ୍ରକ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
Home ଜିଲ୍ଲା ପରିକ୍ରମା “ଓଡ଼ିଆ ପୁଅ”ର ପ୍ରଭାବ,ଖବର ପ୍ରକାଶ ପରେ ଭଦ୍ରକ ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ ନିଲମ୍ବିତ କଲେ ଜିଲାପାଳ








