Home ଜିଲ୍ଲା ପରିକ୍ରମା ପୌରାଚଂଳ ୧୯ ନମ୍ବର ୱାର୍ଡ଼ରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ 

ପୌରାଚଂଳ ୧୯ ନମ୍ବର ୱାର୍ଡ଼ରେ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ 

7

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲଘୁଚାପଜନୀତ ଳଗାଣ ବର୍ଷାରେ ଭଦ୍ରକ ବେହାଲ ହୋଇଛି। ଭଦ୍ରକ ସାଳନ୍ଦୀ ଜଳସେଚନ ବିଭାଗର ଅପରିଣାମଦର୍ଶିତା ଓ ହଦଗଡ଼ ଡ୍ୟାମର କୁପରିଚାଳନା ପାଇଁ ସାଳନ୍ଦୀ ନଦୀରେ କ୍ରମାଗତ ଭାବେ ବନ୍ୟା ଆସି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏକାଧିକ ପଂଚାୟତ ଏବେ ବନ୍ୟା ଜଳ ଘେରରେ। ଏସବୁ ପଂଚାୟତର ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାର୍ହି। ଅନୁରୂପ ଭଦ୍ରକ ପୌରପାଳିକାର ଅବହେଳା ଯୋଗୁ ସୃଷ୍ଟି ହୋଇଥିବା ଜଳ ନିଷ୍କାସନ ସମସ୍ୟା ପାଇଁ ପୌରାଚଂଳର ବହୁ ୱାର୍ଡ଼ବାସିନ୍ଦା ଜଳବନ୍ଦୀ ହୋଇଛନ୍ତି। ପ୍ରଶାସନର ରିଲିଫ କାର୍ଯ୍ୟକ୍ରମ କେବଳ କାଗଜ କଲମରେ ସୀମିତ। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କ୍ରମାଗତ ଭାବେ ବନ୍ୟା ଦୁର୍ଗତଙ୍କ ସହ ଯୋଗଯୋଗରେ ରହିଛି ଓ ଆବଶ୍ୟକ ସହାୟତା ପ୍ରଦାନ କରି ଆସୁଛି। ଶନିବାର ପୌରାଂଚଳର ୧୯ ନମ୍ବର ୱାର୍ଡ଼ରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ନେତୃତ୍ୱ ଓ ସ୍ଥାନୀୟ ପାରିଷଦଙ୍କ ପ୍ରତିନିଧି ଏନାମୁଲ ହକ୍‌ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜଳବନ୍ଦୀ ପୀଡ଼ିତଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଦଳିତ ନେତା ରାଜେନ୍ଦ୍ର ପ୍ରସାଦ ଯେନା, ପାରିଷଦ ରୁକ୍‌ସାନା ଖାତୁନ, ଯୁବନେତା ବଳରାମ ରାଉତ୍‌, ତନଭୀର ଖାନ, ମନୋଜ ମଲ୍ଲିକ, ଇଳ୍‌ଳଇୟାସ ଅଲ୍ଲୀ ଖାନ, ସେକ୍ ଲୋକମାନ ଖାନ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ୱାର୍ଡ଼ବାସୀଙ୍କ ସମସ୍ୟା ସମ୍ପର୍କରେ ସେ ନୂତନ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ଆଲୋଚନା କରିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମହାନ୍ତି ୱାର୍ଡ଼ବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.