Home ଜିଲ୍ଲା ପରିକ୍ରମା ତିହିଡି଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ତିହିଡି଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

3

ଭଦ୍ରକ, ୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର ୨୬ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଜ୍ଞାନ ବିଜ୍ଞାନ ମେଳାକୁ ବିଦ୍ୟାମନ୍ଦିର ପୂର୍ବତନ ପରିଚାଳନା ସମିତି ସଭାପତି ନିଶାକର ନାୟକ ଉଦଘାଟନ କରିଥିଲେ । ଏହି ଅବସରରେ ପରିଚାଳନା ସମିତି ସଭାପତି ନିତ୍ୟାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ସମ୍ପାଦକ ମନୋଜ କୁମାର ସାହୁ, ପ୍ରଧାନଆଚାର୍ଯ୍ୟ ରାଧାକୃଷ୍ଣ ସ ଯୋଗଦେଇ ବକ୍ତବ୍ୟ ଦେଇଥିଲେ କ୍ଷ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ । ଆଚାର୍ଯ୍ୟ ସନ୍ତୋଷ କୁମାର ଜେନା ଅତିଥି ପରିଚୟ ଓ ଆଚାର୍ଯ୍ୟ ରଘୁନାଥ ମୁଦୁଲି ଧନ୍ୟବାଦ ଦେଇଥିଲେ । ଏହି ମେଳାରେ ଜ୍ଞାନ ବିଜ୍ଞାନରେ ୭୨ ଓ ଗଣିତରେ ୧୮ଟି ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସମିତି ସଭାଅତି ଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଡ. କାଳୀପଦ ଦାସ, ମୁଖ୍ୟବକ୍ତା ଭାବେ ବିଜ୍ଞାନ ଶିକ୍ଷକ ଆଶିଷ କୁମାର ସାହୁ ଯୋଗଦେଇ ଜ୍ଞାନ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ଜ୍ଞାନ କୌଶଳର ବିକାଶ ଘଟାଇ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ସହାୟକ କରିଥାଏ ବୋଲି କହିଥିଲେ । ଆଚାର୍ଯ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଅତିଥି ପରିଚୟ ଓ ଆଚାର୍ଯ୍ୟ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣକରିଥିଲେ । ପରିଚାଳନା ସମିତି ଉପ ସଭାପତି କୃପାସିନ୍ଧୁ ଦାଶ, ସଦସ୍ୟ ରବି ନାରାୟଣ ସେଠୀଙ୍କ ସମେତ ଶିଶୁ ମନ୍ଦିରର ଗୁରୁମା, ଗୁରୁଜୀ ଓ ପରିଚାଳନା ସମିତି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଜ୍ଞାନ ବିଜ୍ଞାନ ମେଳାରେ ଅଭିଭାବକ ଓ ଅଭିଭାବିକା ମାନେ ଯୋଗଦେଇ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.