Home ଜିଲ୍ଲା ପରିକ୍ରମା ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଂଟିଲେ ତିହିଡି଼ ସତ୍ୟସାଇ ସଙ୍ଗଠନ

ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବାଂଟିଲେ ତିହିଡି଼ ସତ୍ୟସାଇ ସଙ୍ଗଠନ

30

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପରିପେକ୍ଷୀରେ ତିହିଡି଼ ସତ୍ୟସାଇ ସେବା ସମିତି ପକ୍ଷରୁ ବିପନ୍ନ ମାନକୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଛି। ସମିତି ଆବାହକ ସଞ୍ଜୟ କୁମାର ମହାପାତ୍ରଙ୍କ ତତ୍ୱାବଧାନରେ ଗୁରୁବାର ବ୍ଲକର ସିନ୍ଦୋଳ ପଂଚାୟତ ଅଧିନ ନୂଆସାହି, ସାଟିଉଟି କୋହ୍ଲ ପଂଚାୟତର ସଦରବଳିଆ ଗ୍ରାମର ୩୬୦ ବନ୍ୟା ବିପନ୍ନମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା, ମୁଢି, ଚିନି, ବିସ୍କୁଟ ବଂଟନ କରାଯାଇଛି।ଏତତ ବ୍ୟତୀତ ଲୋକମାନଙ୍କ ପାଖକୁ ଯାଇ ସମିତି ସେମାନଙ୍କର ସମସ୍ୟା ପଚାରି ବୁଝିଥିଲା।ବିପଦ ସମୟରେ ଯେଉଁମାନେ ଆସି ସେବାର ହାତ ବଢ଼ାଇଛନ୍ତି ସେମାନେ ଲୋକମାନଙ୍କର ପ୍ରକୃତ ବନ୍ଧୁ ବୋଲି ବିପନ୍ନ ମାନେ କହିଛନ୍ତି।ସମିତି ପକ୍ଷରୁ ନିତ୍ୟାନନ୍ଦ ନାୟକ, ମାଗୁଣି ଚରଣ ନାୟକ, ଅମୂଲ୍ୟ କୁମାର ତ୍ରିପାଠୀ, ପ୍ରହଲ୍ଲାଦ ବଳ, କୈଳାସ ରାଉଳ, ରବୀନ୍ଦ୍ର ଦାସ, ରମାକାନ୍ତ ନାଥ,ପ୍ରଭାତ ରାଉଳ,ସୁରେନ୍ଦ୍ର ସାହୁ, ଜଗତାନନ୍ଦ ମହାପାତ୍ର, ଚିତରଞ୍ଜନ ବାରିକ,ହିମାଂଶୁ ନାୟକ, ପଙ୍କଜ କୁମାର ଓଝା,ନାଗେଶ୍ୱର ମହାଳିକ,ବିଜୟ ନାୟକ, ଦୀପକ ଦାସ ପ୍ରମୁଖ ବଂଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.