Home ଜିଲ୍ଲା ପରିକ୍ରମା ବଢ଼ିଲା ନାଳିଆ ରେବ କପାଳି,ଦୁଇ ସପ୍ତାହରେ ଦୁଇଟି ବନ୍ୟା, ବିଷ୍ଣୁପୁରବିନ୍ଧା ରାସ୍ତାରେ ୩ ଫୁଟ ପାଣି,...

ବଢ଼ିଲା ନାଳିଆ ରେବ କପାଳି,ଦୁଇ ସପ୍ତାହରେ ଦୁଇଟି ବନ୍ୟା, ବିଷ୍ଣୁପୁରବିନ୍ଧା ରାସ୍ତାରେ ୩ ଫୁଟ ପାଣି, ଇଟାପାଳରେ ଘାଇ

4

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗୋଟିଏ ବନ୍ୟାର ଦୁଃଖ ଓ ଦୁର୍ଦ୍ଦଶା ଏଯାଏଁ ଦୂର ହୋଇନି।ପୁଣି ସାଳନ୍ଦୀର ଶାଖା ନାଳିଆ ସମେତ ରେବ ଓ କପାଳି ନଦୀରେ ବନ୍ୟା ପରିସ୍ଥିତି ଦେଖା ଦେଇଛି।ଏଭଳି ସ୍ଥିତିରେ ଭଦ୍ରକ ଏବଂ ଧାମନଗର ବ୍ଲକର ଆଠ ଗୋଟି ପଂଚାୟତ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।ହଦଗଡ଼ ଡ୍ୟାମରୁ ଜଳ ନିଷ୍କାସନ ଜାରି ରହିଥିବାରୁ ନାଳିଆ ନଦୀରେ ଦ୍ୱିତୀୟ ବନ୍ୟା ଆସିଛି।ନାଳିଆର ଉଛୁଳା ପାଣି ଧାମନଗର ବ୍ଲକର ଇଟାପାଳ ଠାରେ କୂଳବନ୍ଧ ଡେଇଁ ଗାଁକୁ ପଶିବା ଆରମ୍ଭ କରିଥିବା ବେଳେ ଶୁକ୍ରବାର ଅପରାହ୍ନରୁ ଗ୍ରାମବାସୀ ବନ୍ଧରେ ବାଲି ବସ୍ତା ପକାଇ ଜଗି ରହିଛନ୍ତି।ଇଟାପାଳ ନିକଟରେ ମଧ୍ୟ ପାଖାପାଖି ୧୫ ଫୁଟ ଲମ୍ବର ଘାଇ ନଈ ବନ୍ଧରେ ହୋଇ ପାଣି ବିଲବାଡିକୁ ମାଡ଼ିଛି।ନାଳିଆ ବନ୍ୟାରେ ଭଦ୍ରକ ବ୍ଲକର ହରିପୁର ବିଷ୍ଣୁପୁର ବିନ୍ଧା,ଅର୍ଣ୍ଣପାଳ ଆଦି ପଂଚାୟତର ବିସ୍ତ୍ରୁତ ଅଂଚଳ ଏବେ ବୁଡ଼ିଛି।ବିଷ୍ଣୁପୁର ବିନ୍ଧା-ଗୁଜିଦରଡା ରାସ୍ତା ଏବଂ ରାଜ ମୁକୁନ୍ଦପୁର ବ୍ରିଜ ଉପରେ ୩ ଫୁଟ ଉଚ୍ଚର ସ୍ରୋତ ପ୍ରବାହିତ ହେଉଥିବା ଜଣାଯାଇଛି।ଅପରପକ୍ଷରେ ଗତ ଦୁଇଦିନର ପ୍ରବଳ ବର୍ଷା ରେବ ଓ କପାଳି ନଦୀରେ ବନ୍ୟାଜଳ ବୃଦ୍ଧି କରିଛି।ଦୁଇ ନଦୀର ବନ୍ୟା ଜଳ ଆଜି ସନ୍ଧ୍ୟା ସୁଦ୍ଧା ଧାମନଗର ବ୍ଳକର ଅସୁରାଳି,ଗଢ଼ିଆଳି,ଫତେପୁର,କାସିମପୁର,କଟସାହି,କୋଠାର,ଖପରପଦା ପ୍ରଭୃତି ପଂଚାୟତର ଶତାଧିକ ହେକ୍ଟର ଚାଷଜମିକୁ ମାଡ଼ି ଯାଇଛି। ବନ୍ୟା ପାଣି କାକୁଡିଗଢ଼ିଆ,ହାତିଆପଡା,ତୋରବନ୍ତିଆ,ଧରିତ୍ରୀ ନଗର,ଲେଞ୍ଜରା,କାସିମପୁର ବିଶ୍ୱାଳ ସାହି ପତି ସାହି ଆଦିକୁ ପ୍ରବେଶ କରିଛି।ଜୁଲାଇ ମାସର ଶେଷ ବେଳକୁ ବଡ ବନ୍ୟା ଯୋଗୁଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲା ବେଳେ ଏହାର କଷ୍ଟ ଦୂର ହୋଇନି।ପୁଣି ବର୍ଷା ଓ ବନ୍ୟା ପରିସ୍ଥିତି ଲୋକଙ୍କ ମନରେ ଶଙ୍କା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.