ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ତିହିଡ଼ି ବ୍ଲକ୍ର ବାରୋ ଦହପାଣିଆ ସାଇକ୍ଲୋନ୍ ଶେଲ୍ଟରରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ବଂଟନ କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ପ୍ରତ୍ୟେକ ପରିବାରଙ୍କୁ ନିୟମିତ ଭାବେ ଖାଦ୍ୟ ଓ ଆବଶ୍ୟକୀୟ ସହାୟତା ସାମଗ୍ରୀ ଯୋଗାଇ ଦିଆଯାଉଛି। ସେହିପରି ପ୍ରଶାସନ ପକ୍ଷରୁ ଆଶ୍ରିତମାନଙ୍କ ସ୍ୱାସ୍ଥ୍ୟ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ମୌଳିକ ସୁବିଧା ଉପରେ ନିରନ୍ତର ନଜର ରଖାଯାଉଛି। ବନ୍ୟା ପ୍ରଭାବିତ ଅଂଚଳର ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ପହଂଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି।








