ଭଦ୍ରକ, ୩୦ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ପରିସ୍ଥିତି ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତତ୍ପରତା ଯୋଗୁଁ ଆଜି ଜଣେ ପ୍ରସବ ବେଦନାରେ ପୀଡ଼ିତ ଗର୍ଭବତୀ ମହିଳାଙ୍କୁ ସଫଳତାର ସହ ଉଦ୍ଧାର କରାଯାଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି। ଉଦ୍ଧାର ହୋଇଥିବା ଗର୍ଭବତୀ ମହିଳା ହେଲେ ସବିନା ଖାତୁନ (୨୨)। ସେ ଧାମନଗର ବ୍ଲକର ଦୋବଲ ଗ୍ରାମର ଶେଖ ରୋସନଙ୍କ ପତ୍ନୀ। ସବିନା ନିଜ ପିତାଙ୍କ ଘରକୁ ଯାଜପୁରରୁ ଆସିଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଖବର ପାଇବା ପରେ ଧାମନଗର ସିଏଚସିର ଅଧୀକ୍ଷକ ଡା. ମନମୟ ସାମନ୍ତସିଂହାର ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ୍ରାଫ୍ ଟିମ୍ର ସହଯୋଗରେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସବିନା ଖାତୁନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଧାମନଗର ସିଏଚସିରେ ଭର୍ତି କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ଅଧୀକ୍ଷକ ଡା. ମନମୟ ସାମନ୍ତସିଂହାରଙ୍କ ସମେତ ସହାୟିକା ମର୍ଜିନା ବିବି, ଏମ୍.ପି.ଏଚ୍.ଡବ୍ଲୁ. (ପୁରୁଷ) ଅସଦ ମୋଦାସିର, ସିଏଚଓ ପ୍ରିୟଙ୍କା ମହାନ୍ତି, ପିଏଚ୍ଇଓ କିଶୋର ପଣ୍ଡା, ବିପିଏମ୍ ଜିତେନ୍ଦ୍ର ବିଶ୍ୱାଳ ଏବଂ ଓଡ୍ରାଫ୍ ଟିମ୍ ସକ୍ରିୟ ସହଯୋଗ କରିଥିଲେ। ବନ୍ୟା ପରିସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଠିକ୍ ସମୟରେ ଚିକିତ୍ସା ସେବା ଯୋଗାଇବାରେ ଜିଲ୍ଲା ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ଓଡ୍ରାଫ୍ର ଏହି ସମନ୍ୱିତ ପ୍ରୟାସ ପ୍ରଶଂସନୀୟ।
Home ଜିଲ୍ଲା ପରିକ୍ରମା ଜ଼ିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ସହାୟତାରେ ଗର୍ଭବତୀ ମହିଳାଙ୍କ ସଫଳ ଉଦ୍ଧାର,ଧାମନଗର ମେଡିକାଲରେ...








