Home ଜିଲ୍ଲା ପରିକ୍ରମା ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

ବନ୍ୟାସ୍ଥିତି ଅନୁଧ୍ୟାନ କଲେ ବିଧାୟକ ସଂଜୀବ୍ ମଲ୍ଲିକ

7

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପର ମୁଣ୍ଡରେ ଲଗାଇ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ । ଭଣ୍ଡାରିପୋଖରୀ ବନ୍ତ ର ତେସିଙ୍ଗ ଗ୍ରାମ ପଂଚାୟତ ର ବନସ୍ତା ଠାରେ ଦୁଇଟି ସ୍ଥାନରେ ନଦୀ ବନ୍ଧ ଧସି ଥିବାର ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବଂ ବିଭାଗୀୟ ଅଧିକାରୀଙ୍କୁ ଡାକି ଆବଶ୍ୟକତା ଅନୁଯାୟୀ ମରାମତି ସହିତ ଧନଜୀବନ ସୁରକ୍ଷା, ନଦୀ କୂଳ ନିକଟବର୍ତୀ ଗ୍ରାମବାସୀଙ୍କ ସୁରକ୍ଷା କୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରିବା ପାଇଁ ଆଲୋଚନା କରିଛନ୍ତି। ପରେ ଆଖୁଆପଦା ବୈତରଣୀ ନଦୀର ଆନିକଟ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଷୋଳମପୁର ଗ୍ରାମ ପଂଚାୟତ ର କଂଟି ଠାରେ ପହଂଚିଥିଲେ। ସେଠାରେ ସ୍ଥାନୀୟ ଅଂଚଳର ଲୋକମାନଙ୍କ ସହିତ ବନ୍ୟା ପରିସ୍ଥିତି ନେଇ ଆଲୋଚନା କରିଥିଲେ। ଏବଂସାଧାରଣ ଜନତାଙ୍କ ସମସ୍ୟା ଓ ବନ୍ୟା ପରିସ୍ଥିତିକୁ ନଜରରେ ରଖି ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାରଙ୍କୁ ସମସ୍ତ ସରକାରୀ ସୁବିଧା ଓ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.