Home ଜିଲ୍ଲା ପରିକ୍ରମା ନଦୀଗାଁ ପଂଚାୟତର ଟେକିଗଡ଼ିଆ ଠାରେ ପୋଲିସ ଉପସ୍ଥିତିରେ ସରକାରୀ ମଦ ଦୋକାନ ଖୋଲାଯିବାକୁ ନେଇ ତୀବ୍ର...

ନଦୀଗାଁ ପଂଚାୟତର ଟେକିଗଡ଼ିଆ ଠାରେ ପୋଲିସ ଉପସ୍ଥିତିରେ ସରକାରୀ ମଦ ଦୋକାନ ଖୋଲାଯିବାକୁ ନେଇ ତୀବ୍ର ଅସନ୍ତୋଷ ପ୍ରଶାସନର ପ୍ରତିଶ୍ରୁତି ଖିଲାପ, ଆନ୍ଦୋଳନ ପାଇଁ ସଜବାଜ

2

ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଦା ରାୟ) – ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ନଦୀଗାଁ ପଂଚାୟତର ଟେକି ଗଡ଼ିଆ ଠାରେ ଜନସାଧାରଣଙ୍କ ଦୃଢ଼ ବିରୋଧକୁ ଭୂକ୍ଷେପ ନକରି, ପ୍ରଶାସନ ଓ ପୋଲିସର ପ୍ରତ୍ୟକ୍ଷ ଉପସ୍ଥିତିରେ ଏକ ନୂତନ ସରକାରୀ ମଦ ଦୋକାନ ଖୋଲାଯାଇଛି। ଏହାକୁ ନେଇ ସମଗ୍ର ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବାବେଳେ ସ୍ଥାନୀୟ ଜନସାଧାରଣ, ମହିଳା, ଯୁବସମାଜ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶାସନ ବିରୋଧରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଛି।ପୂର୍ବରୁ ଏହି ମଦ ଦୋକାନଟି ଧୁଷୁରୀ-ହସନାବାଦ ରାସ୍ତାରେ ଅବସ୍ଥିତ ଥିଲା, ଯାହାକୁ ସ୍ଥାନୀୟ ଲୋକଙ୍କ ଦୃଢ଼ ବିରୋଧ ଯୋଗୁଁ ସେଠାରୁ ହଟାଯାଇଥିଲା। ଏହାପରେ ଏହାକୁ ନଦୀଗାଁ ଟେକିଗଡ଼ିଆ କୁ ସ୍ଥାନାନ୍ତର କରାଯାଇଥିଲା।ଏହି ସ୍ଥାନରେ ମଦ ଦୋକାନ ନ ଖୋଲିବା ପାଇଁ ଅଂଚଳବାସୀ ଗତ ମାସାଧିକ କାଳରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ। ଏପରିକି ଏନେଇ ଧୁଷୁରୀ ଥାନା ଘେରାଉ କରାଯିବା ସହ ଭଦ୍ରକ ଜିଲ୍ଲାପାଳ, ଏସ.ପି., ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ନଦୀଗାଁ ଓ ଭଟସାହି ପଂଚାୟତର ଜନସାଧାରଣ ଲିଖିତ ଭାବେ ଅବଗତ କରାଇଥିଲେ। ପ୍ରଶାସନ ପକ୍ଷରୁ ସେଠାରେ ମଦ ଦୋକାନ କରାଯିବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। କିନ୍ତୁ ସମସ୍ତ ପ୍ରତିଶ୍ରୁତିକୁ ଜଳାଞ୍ଜଳି ଦେଇ ଗତ ଦୁଇ ଦିନ ହେବ ରାତିରେ କିମ୍ବା ଗୁପ୍ତରେ ନୁହେଁ, ବରଂ ପୋଲିସ ଉପସ୍ଥିତିରେ ଦୋକାନ ଆଗରେ ଏକ ନୀଳ ପାଲ ଟାଙ୍ଗି ବଳପୂର୍ବକ ଏହାକୁ ଖୋଲାଯାଇଛି ।ସବୁଠାରୁ ଦୁଃଖର ବିଷୟ ଯେ, ଯେଉଁ ସ୍ଥାନରେ ଏହି ମଦଦୋକାନଖୋଲାଯାଇଛି, ତାହା ନଦୀଗାଁ-ଧୁଷୁରୀ ମୁଖ୍ୟ ରାସ୍ତା କଡ଼ରେ ଅଛି। ଏହି ରାସ୍ତା ଦେଇ ଦୈନନ୍ଦିନ ଅଂଚଳର ଶହ ଶହ କୁନି କୁନି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯିବାଆସିବା କରିଥାଆନ୍ତି। ଏହା ସହିତ ନିକଟରେ ବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଏବଂ ପବିତ୍ର ମନ୍ଦିର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଗୁଡ଼ିକ ରହିଛି। ଏଭଳି ଏକ ପବିତ୍ର ଓ ଶିକ୍ଷାମୂଳକ ପରିବେଶ ମଧ୍ୟରେ ମଦ ଦୋକାନ ଚାଲୁ ରହିବା ପିଲାମାନଙ୍କ ଭବିଷ୍ୟତ ଏବଂ ସାମାଜିକ ଶାନ୍ତି ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.