Home ଜିଲ୍ଲା ପରିକ୍ରମା ମଙ୍ଗଳପୁର ପଂଚାୟତ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଲମ୍ବିତ

ମଙ୍ଗଳପୁର ପଂଚାୟତ କଂଗ୍ରେସ କାର୍ଯ୍ୟକାରୀ ସଭାପତି ନିଲମ୍ବିତ

6

ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ମଙ୍ଗଳପୁର ପଂଚାୟତ କଂଗ୍ରେସ କାର୍ଯ୍ୟକାରୀ ସଭାପତି ରମାକାନ୍ତ ମହାଳିକଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବନ କରାଯାଇଛି ।ଏସମ୍ପର୍କରେ ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ ଶନିବାର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି । ସେ ଦର୍ଶାଇଛନ୍ତି ଯେ ,କାର୍ଯ୍ୟକାରୀ ସଭାପତି ରମାକାନ୍ତ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ପଂଚାୟତ କଂଗ୍ରେସ କମିଟି ପକ୍ଷରୁ ଗତ ମଇ ମାସ ୧୬ ତାରିଖରେ ପଂଚାୟତରେ ଏକ ଜରୁରୀ ବୈଠକ ଡକାଯାଇ ରମାକାନ୍ତଙ୍କ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା । କମିଟି ପକ୍ଷରୁ ତାଙ୍କୁ ନିଲମ୍ବିତ କରିବାକୁ ବ୍ଲକ ସଭାପତିଙ୍କୁ ଲିଖତଭାବେ ଜଣାଯାଇଥିଲା। ପରେ ଏ ସମ୍ପର୍କରେ ବ୍ଲକ ସଭାପତି ଦାସ ଦଳର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ରମାକାନ୍ତଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.