Home ଜିଲ୍ଲା ପରିକ୍ରମା ବ୍ୟକ୍ତିଗତ ଜାଗାରେ ସରକାରୀ ପୋଲ ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ବ୍ୟକ୍ତିଗତ ଜାଗାରେ ସରକାରୀ ପୋଲ ନିର୍ମାଣକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅସନ୍ତୋଷ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

5

ଭଦ୍ରକ, ୪ା୭ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଂଚଳ ରେ ବିକାଶ ପାଇ କୋଟି କୋଟି ଖର୍ଚ୍ଚ କରୁଥିବା ବେଳେ ଅଧିକାଂଶ ସ୍ଥାନ ରେ ସରକାରୀ ଅଧିକାରି ଓ ଠିକାଦାର ଙ୍କ ସଲା ସୂତରା ରେ ସରକାରୀ ଟଙ୍କା ବାଟ ବନା ହେଉଛି। ଏପରି ଏକ ଘଟଣା ଧାମନଗର ବ୍ଲକ ଧୂଷୁରି ଅଂଚଳ ରେ ଘଟିଛି ଏକ ବ୍ୟକ୍ତି ଗତ ଜାଗାରେ ସରକାରୀ ଟଙ୍କା ଖର୍ଚ୍ଚ କରା ଯାଇ କାମ ହେଉଛି ଯାହାକି ସାଧାରଣ ଲୋକ ଙ୍କ କାମରେ ଆସିବନି।ଧୁଷୁରୀ ବଜାର ନିକଟରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ନେଇ ଓଲଟପୁର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଜନସାଧାରଣଙ୍କ ସ୍ୱାର୍ଥକୁ ଅଣଦେଖା କରି ଏହି ପୋଲକୁ ଏକ ବ୍ୟକ୍ତିଗତ ବ୍ୟବସାୟିକ ଅନୁଷ୍ଠାନକୁ ସଂଯୋଗ କରାଯାଉଥିବା ନେଇ ସ୍ଥାନୀୟ ବାସିନ୍ଦା ଅଶୋକ ସ୍ୱାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ, ଓଲଟପୁର ଗ୍ରାମବାସୀ, ଛାତ୍ରଛାତ୍ରୀ ଏବଂ ଚାଷୀଙ୍କ ଯାତାୟାତ ସୁବିଧା ପାଇଁ ଏକ ପୋଲ ନିର୍ମାଣ ଅତ୍ୟନ୍ତ ଜରୁରୀ ଥିଲା। କିନ୍ତୁ ବର୍ତମାନ ଯେଉଁ ସ୍ଥାନରେ ପୋଲ ନିର୍ମାଣ କରାଯାଉଛି, ତାହା କେବଳ ଏକ ବ୍ୟକ୍ତିଗତ ପ୍ରତିଷ୍ଠାନକୁ ଲାଭ ପହଂଚାଇବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସରକାରୀ ଅର୍ଥରେ ନିର୍ମାଣ ହେଉଥିବା ପ୍ରକଳ୍ପ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବା ଆବଶ୍ୟକ, ମାତ୍ର ଏଠାରେ ବ୍ୟକ୍ତିଗତ ସ୍ୱାର୍ଥକୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ସେମାନେ ଦାବି କରିଛନ୍ତି।ଏହି ଘଟଣାରେ ଜିଲ୍ଲାପାଳ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିବା ସହ ଉକ୍ତ ପ୍ରକଳ୍ପର ନକ୍ସା ଓ ଅନୁମୋଦନ ପ୍ରକ୍ରିୟାର ସତ୍ୟତା ଯାଞ୍ଚ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଯଦି ଏହି ପ୍ରକଳ୍ପରେ କୌଣସି ଅନିୟମିତତା ରହିଛି, ଏହାର ବିଧିବଦ୍ଧ ତଦନ୍ତପାଇଁ ଦାବି କରା ଯାଇଛି। ଏ ଦିଗରେ ଡ୍ରେନେଜ ବିଭାଗ ର ଯନ୍ତ୍ରୀ କହିଛନ୍ତି ଜେ ନିର୍ମାଣ ହେଉଥିବା ପୋଲ କୁ ସେମାନେ ସର୍ବସାଧାରଣ କୁ ଦିଆ ଯିବ ବୋଲି କହିଛନ୍ତି। ଯଦି ଏହାର ବିଧି ବଧ ତଦନ୍ତ ନ ହୁଏ ଆଗାମି ଦିନରେ ସ୍ଥାନୀୟ ବାସିନ୍ଦା ମାନେ ରାଜରାସ୍ତା କୁ ଆସିବେ ବୋଲି ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.