ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସରକାରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଚାରିଗାଁର ଆଦର୍ଶ ଶିକ୍ଷକ ପଂଚାନନ ପୃଷ୍ଟିଙ୍କୁ ଆଜି ଅବସର ସମ୍ବର୍ଦ୍ଧନା ଦିଆଯାଇଛି। ବନ୍ୟାଶ୍ରୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ବଉଳା କଲେଜ ସୋସୋର ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ ଅଧ୍ୟକ୍ଷତା କରିଥିଲେ। ସଭାରେ ଉଦ୍ଘାଟକ ଭାବେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ମୁଖ୍ୟ ଅତିଥି ଭଣ୍ଡାରୀ ପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ମୁଖ୍ୟବକ୍ତା ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ସୁଥିର ରଞ୍ଜନ ନାୟକ ନିଜ ନିଜର ବକ୍ତବ୍ୟରେ ପଂଚାନନ ବାବୁ ଖାଲି ଶ୍ରେଣୀ ଗୃହରେ ସିମୀତ ନରହି ପାଠପଢା ପରେ ବିଭିନ୍ନ ସାମାଜିକ, ଆଧ୍ୟାତ୍ମିକ ଓ ସାସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଡ଼ାଏଟ ଅଧ୍ୟକ୍ଷ ଡ଼ଃ କାର୍ତିର୍ିକେଶ୍ୱର ରାଉଳ, ବନ୍ତ ଅତିରିକ୍ତ ସହ-ଗୋଷ୍ଠି ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ, ସାହିତ୍ୟିକ ଜଗନ୍ନାଥ ପାତ୍ର, ପୂର୍ବତନ ଅତିରିକ୍ତ ସହ ଗୋଷ୍ଠି ଶିକ୍ଷାଧିକାରୀ ଅମୁଲ୍ୟ କୁମାର ମିଶ୍ର, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକ, ଭାସ୍କର ଚନ୍ଦ୍ର ପାଢୀ, ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ପ୍ରାଧ୍ୟାପକ ଗୋବିନ୍ଦ ଚନ୍ଦ୍ର ସାହୁ, ଶିକ୍ଷାବିତ ଉପେନ୍ଦ୍ର କୁମାର ବିଶ୍ୱାଳ, ରତ୍ନାକର ନାୟକ, ଅମରେନ୍ଦ୍ର ଦାଶ, ସମାଜସେବୀ ସୁବୋଧ ସାହୁ, ଗୋଲକ ପୃଷ୍ଟି, ପ୍ରବକ୍ତା ହରିହର ପାଣିଗ୍ରାହି, କବି ଚର୍ତୁୁର୍ଭୁଜ ପହି, ମୋହନ ଚରଣ ମହାନ୍ତି, ଭିକାରୀ ଚରଣ ଦାସ, କୀର୍ତର୍ନ ଚରଣ ନାୟକ, ପୂର୍ବତନ ସରପଂଚ, ରବିନ୍ଦ୍ର ପଣ୍ଡା, ବନମାଳୀ ବେହେରା,ପୂର୍ବତନ ସମିତସଭ୍ୟ ରାମଚନ୍ଦ୍ର ସାହୁ,ସି.ଆର.ସିସି ପ୍ରଦିପ କୁମାର ପଲେଇ,ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ସମ୍ପାଦକ ଜଗନ୍ନାଥ ମଲ୍ଲିକ, ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ମହାନ୍ତି, ରେବତୀ ଦାସ, ଗାୟତ୍ରୀ ବେହେରା, ତପନ ସାହୁ, ଧର୍ମପତ୍ନୀ ମଲ୍ଲୀ ସାହୁ ପ୍ରମୁଖ ଯୋଗଦେଇ ପଂଚାନନ ସାର କେବଳ ଆଦର୍ଶ ଶିକ୍ଷକ ନଥିଲେ ସୁସଂଗଠକ,ସାହିତ୍ୟିକ,ବକ୍ତା,ସର୍ବୋପରି ମଂଚ ଉପସ୍ଥାପକ ଭାବେ ସମଗ୍ର ବ୍ଲକରେ ଅଗ୍ରଣୀ ଭୂମିକା ଲିଭାଉଥିବା କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ନାଇକଙ୍କ ତତ୍ୱାବଧାନରେ ଶିକ୍ଷକ ଶିକ୍ଷୟତ୍ରୀ,ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ ଯଥା ଶ୍ରୀ ଜଗନ୍ନାଥ ସମିତି ବନ୍ତ,ସ୍ୱାମୀ ବିବେକାନନ୍ଦ ଟ୍ରଷ୍ଟ ଭଦ୍ରକ,ଚାରିଗାଁ ପଂଚାୟତ ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପେନ୍ଦ୍ର ନାଥ, ରୁନୁ ଲତା ଖମାରୀ, ଦିପକ ପ୍ରଧାନ, ସୁନନ୍ଦ ବେହେରା ଙ୍କ ରାଜେଶ ପୃଷ୍ଟି, ଲିଷ୍ପା ପୃଷ୍ଟି,ଶ୍ରଦ୍ଧାଞ୍ଜଳୀ ସାହୁ, ବିକାଶ କୁମାର ପୃଷ୍ଟି, ସମେତ ରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।








