Home ଜିଲ୍ଲା ପରିକ୍ରମା ବ୍ରାଉନସୁଗାର ଓ ଦେଶୀ ମଦ ସହିତ ସ୍କୁଟି ଜବତ, ୩ ଗିରଫ

ବ୍ରାଉନସୁଗାର ଓ ଦେଶୀ ମଦ ସହିତ ସ୍କୁଟି ଜବତ, ୩ ଗିରଫ

10

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଅବକାରୀ ଅଧିକ୍ଷକ ନରୋତମ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ମମତା କୁମାରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ ମୁର୍ମୁ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରାନ୍ଦୀଆ ଛକ ଓ ଗେଲପୁର ମେଡିକାଲ ଛକ ଠାରେ ଚଢ଼ାଉ କରାଯାଇ ୮୩ ଗ୍ରାମ ବ୍ରାଉନସୁଗାର ଓ ୧୨୦ ଲିଟର ଦେଶୀ ମଦ ସହିତ ଗୋଟିଏ ସ୍କୁଟି ଜବତ କରାଯିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୩ ଜଣ ଆସାମୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ବ୍ରାଉନସୁଗାର, ମଦ ଓ ସ୍କୁଟିର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଏ.ଏସ୍‌.ଆଇ କ୍ଷୀରୋଦ ପାତ୍ର, କନେଷ୍ଟବଳ ଅଜିତ କୁମାର ସିଙ୍କୁ, ସୁଦର୍ଶନ ପଲ୍ଲାଇ, ରୁଦ୍ରନାରାୟଣ ଦାସ, ଜେମାମଣୀ ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଭଦ୍ରକ ଅବକାରୀ ଥାନା ପକ୍ଷରୁ ପୃଥକ ପୃଥକ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.