Home ଜିଲ୍ଲା ପରିକ୍ରମା ତିହିଡି଼ର ବିଭିନ୍ନ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ତିହିଡି଼ର ବିଭିନ୍ନ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

6

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକର ବିଭିନ୍ନ ସ୍ଥାନରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ତିହିଡି଼ ଗ୍ରାମର ଆରାଧ୍ୟ ଦେବତା ଦଧିବାମନ ଜୀଉ ମନ୍ଦିରରେ ମହା ସମାରୋହରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି।ସୋମବାର ଦିନ ୧୧ ଘଟିକା ସମୟରେ ପାରମ୍ପରିକ ବାଦ୍ୟ ସହ ଶଙ୍ଖ, ଘଂଟ ଓ ହୁଳହୁଳି ଦେଇ ଦଧିବାମନ ଜୀଉଙ୍କୁ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ କରାଯାଇଥିଲା। ୧୦୮ କଳସ ଅଭିମନ୍ତ୍ରିତ ଜଳେ ଶ୍ରୀ ଜୀଉଙ୍କୁ ସ୍ନାନ କରାଯାଇଥିଲା। ସ୍ନାନ ପରେ ଶ୍ରୀ ଜୀଉ ଯଥା ରୀତିନୀତି ଅନୁସାରେ ଅଣସର ଘରେ ରଖାଯାଇଥିଲା।ଶ୍ରୀ ଜୀଉଙ୍କୁ ନେତ୍ର ଉତ୍ସବ ପର୍ଯ୍ୟନ୍ତ ରହିବେ ବୋଲି ଜଣା ପଡିଛି। ପୂଜକ ଲକ୍ଷ୍ମୀଧର କର ସେବକ ଶରତ କର, ପ୍ରମୋଦ କର, ସରୋଜ କର, ଗଣେଶ କର, ଭରତ ନାୟକ,ସୁବାଶିଷ କର ପ୍ରମୁଖ ଶ୍ରୀ ଜୀଉଙ୍କୁ ସ୍ନାନ କରାଇଥିଲେ। ଗ୍ରାମର ବିବେକାନନ୍ଦ ନନ୍ଦ ନାୟକ, ବିଷ୍ଣୁ ଚନ୍ଦ୍ର ଦାସ,ରାଜେଶ ନାୟକ,ଦୟାନିଧି ସାହୁ,ମାଳତୀ ନାୟକ, ସରସ୍ୱତୀ ରାଉଳ ପ୍ରମୁଖ ଗ୍ରାମବାସୀ ଉପସ୍ଥିତରହି କାର୍ଯ୍ୟକ୍ରମ ପରିଚନାରେ ସହଯୋଗ କରିଥିଲେ।ସେହିପରି ତିହିଡି଼ ଗ୍ରାମର ଓଝା ସାହି, କାଳିମେଘା, ମୂଷାଙ୍ଗ, ପୀରହାଟ,କୋହ୍ଲ, ଗୁଆମାଳ, ବିଲଣା, ତାଳପଦା, ବୋଡ଼କ ଇତ୍ୟାଦି ସ୍ଥାନରେ ଯଥା ରୀତିନୀତି ଅନୁସାରେ ସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.