Home ଜିଲ୍ଲା ପରିକ୍ରମା ମୁଢ଼ିଭାଟି ମାଲିକ ବିଦ୍ୟୁତ ଆଘାତରେ ମୃତ

ମୁଢ଼ିଭାଟି ମାଲିକ ବିଦ୍ୟୁତ ଆଘାତରେ ମୃତ

6

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ଥାନା ଅଧୀନ ତିହିଡି଼ ଗ୍ରାମର ଶଶିକାନ୍ତ ପଣ୍ଡା (୪୦) ନାମକ ଜଣେ ଯୁବକଙ୍କର ସୋମବାର ସକାଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ଶଶିକାନ୍ତ ସକାଳ ପ୍ରାୟ ୮ଟା ସମୟରେ ଗ୍ରାମରେ ଥିବା ତାଙ୍କ ମୁଢ଼ି ଭାଟି ଖୋଲି ଧୂପ ଦେଇଥିଲେ । ପରେ ଭାଟିରେ ସେ କୌଣସି କାରଣରୁ ବିଦ୍ୟୁତ ଆଘାତ ପାଇଥିଲେ । ଗୁରୁତର ଅବସ୍ଥାରେ ଶଶିକାନ୍ତଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତିହିଡି଼ ପୋଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶଶିକାନ୍ତଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକ ଛାୟା ଖେଳିଯାଇଛି।ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତର ଖାନରେ ପହଂଚିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.