Home ଜିଲ୍ଲା ପରିକ୍ରମା ଆଇ.ଟି.ଆଇ. ଚରମ୍ପା ଓ ଅବନ୍ତିକା କଲେଜରେ ନିଶାନିବାରଣ ସମ୍ପର୍କିତ ଆଲୋଚନାଚକ୍ର

ଆଇ.ଟି.ଆଇ. ଚରମ୍ପା ଓ ଅବନ୍ତିକା କଲେଜରେ ନିଶାନିବାରଣ ସମ୍ପର୍କିତ ଆଲୋଚନାଚକ୍ର

6

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଣିଷ ଜୀବନକୁ ଶୃଙ୍ଖଳିତ କରି ଗଢ଼ି ତୋଳିବାକୁ ହେଲେ ସତ୍‌ପଥ. ସତ୍ ମାର୍ଗ, ନିଷ୍ଠା, ସାଧନାରେ ଜଡ଼ିତ ହେବା ସହ ମାଦକ ଦ୍ରବ୍ୟ ସେବନରୁ ଦୂରେଇ ରହିବା ଉଚିତ୍‌। ମଣିଷ ନିଶା ଖାଏ ନାହିଁ, ବରଂ ନିଶା ମଣିଷକୁ ଖାଇଯାଏ। ସେଥିପାଇଁ ଯତ୍ନବାନ୍ ହେବା ସହ ସଚେତନତା ଲୋଡ଼ା ଏବଂ ନିଶା ସେବନର ଭୟାବହତା ସହ ଏହାର କୁପରିଣାମ ସଂପର୍କରେ ସମସ୍ତେ ଅବଗତ ହେବା ଉଚିତ୍ ବୋଲି ଆଇ.ଟି.ଆଇ. ଚରମ୍ପା ଓ ଅବନ୍ତିକା କଲେଜ ପରିସରରେ ଅନୁଷ୍ଠିତ ନିଶା ନିବାରଣ ସମ୍ପର୍କିତ ଆଲୋଚନାଚକ୍ରରେ ଅତିଥିମାନେ ମତ ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କର ଶୃଙ୍ଖଳିତ ଜୀବନଯାପନ ସହ ନିଶା କିପରି ମଣିଷକୁ ଲକ୍ଷ୍ୟଚ୍ୟୁତ କରାଏ ସେ ସଂପର୍କରେ ବକ୍ତାମାନେ ସଚେତନ କରାଇଥିଲେ। ଉକ୍ତ ଆଲୋଚନାଚକ୍ରରେ ଡି.ଏଲ୍‌.ଏସ୍‌.ଏ. ର ସେକ୍ରେଟାରୀ ତଥା ଭଦ୍ରକ କୋର୍ଟର ସିନିୟର ସିଭିଲ୍ ଜଜ୍ ଶ୍ରୀ ପୁଣ୍ୟଶ୍ଳୋକ ରଥ, ଅବନ୍ତିକା ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍‌ର ଚେୟାରମ୍ୟାନ୍ ଇଂ ଅମିତ୍ କୁମାର ମଲ୍ଲିକ, ଭଦ୍ରକ ଡି.ଏସ୍‌.ଏସ୍‌.ଓ. ଡଃ ଖଗେଶ୍ୱର ସେଠୀ, ଏଲ୍‌.ଏ.ଡି.ସି. ଆସିଷ୍ଟାଣ୍ଟ ଡଃ ତାପସ କୁମାର ମହାନ୍ତି, ଏକ୍‌ସାଇଜ୍ ସୁପରିନ୍‌ଟେଣ୍ଡେଣ୍ଟ ଶ୍ରୀ ନରୋତ୍ତମ ମିଶ୍ର, ଏକ୍‌ସାଇଜ୍ ଇନିସ୍‌ପେକ୍ଟର ମମତା ଦାଶ ଏବଂ ନିୟୁ ଲାଇଫ୍ ନିଶା ନିବାରଣ କେନ୍ଦ୍ରର ପ୍ରୋଜେକ୍ଟ କୋ-ଅର୍ଡିନେଟର ଶ୍ରୀ ପଙ୍କଜ କୁମାର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅବନ୍ତିକା କଲେଜର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ। ଆଇ.ଟି.ଆଇ. ଚରମ୍ପାର ଅଧ୍ୟକ୍ଷ ଶ୍ରୀ ପ୍ରବୀଣ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଅବନ୍ତିକା ରେସିଡେନ୍‌ସିଆଲ୍ ହାଇଅର ସେକେଣ୍ଡାରୀ ସ୍କୁଲ୍‌ର ଅଧ୍ୟକ୍ଷା ଶ୍ରୀମତୀ ଅରୁନ୍ଧତୀ ମହାନ୍ତି ଏବଂ ସହକର୍ମୀମାନେ ସଭାଟିକୁ ସୂଚାରୁରୂପେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.