Home ଜିଲ୍ଲା ପରିକ୍ରମା ଧାମନଗର ସହିଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ, ବିଦାୟୀ ଅଧ୍ୟକ୍ଷାଙ୍କୁ ବିଦାୟ...

ଧାମନଗର ସହିଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ, ବିଦାୟୀ ଅଧ୍ୟକ୍ଷାଙ୍କୁ ବିଦାୟ ସମ୍ବର୍ଦ୍ଧନା

7

ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସହିଦନଗର ସ୍ଥିତ ‘ସହିଦ ସ୍ମୃତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ’ ପରିସରରେ ବୁଧବାର ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଅନୁଷ୍ଠିତ +୨ କାଉନସିଲ୍ ପରୀକ୍ଷାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସଫଳତା ହାସଲ କରି ଅଂଚଳ ପାଇଁ ଗୌରବ ଆଣିଛନ୍ତି।ଉକ୍ତ ପରୀକ୍ଷାରେ ମୋଟ ୧୫୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ୧୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବିଶେଷ ଭାବେ ୧୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ଏହି କୃତିତ୍ୱ ପାଇଁ ବିଦ୍ୟାଳୟ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏମ୍ କଲେଜର ଅଧ୍ୟାପକ ଚିତରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ କୃତିତ୍ୱର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ପୂର୍ବତନ ଅଧ୍ୟକ୍ଷା ତିଳୋତମା ଦାସ, ମୁରଲୀଧର ଶତପଥୀ, ସମାଜ ସେବୀ ସରୋଜ୍ ପଣ୍‌ତା ପ୍ରମୁଖ ଯୋଗ ଦେଇ ଶିକ୍ଷାର ମହତ୍ୱ ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଦାୟୀ ଅଧ୍ୟକ୍ଷା ତିଳୋତମା ଦାସଙ୍କୁ ବିଦ୍ୟାଳୟ ପରିବାର ପକ୍ଷରୁ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୋଦ ମିଶ୍ର, ଅର୍ପିତା ବେହେରା, ରୁକିଆ କାଦ୍ରୀ, ଗୁରୁଦେବ ବଡ଼ି ଓ ବସନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମଟିକୁ ଅଜୟ ନାୟକ, କୃଷ୍ଣଚନ୍ଦ୍ର ବାରିକ, ବିଜୟ ସାହୁ, ବିଦ୍ୟାଧର ସେଠୀ ଓ ସଚ୍ଚି ପାଢ଼ୀ ପରିଚାଳନା କରିଥିଲେ। ଶେଷରେ ଅଧ୍ୟାପକ ରାଜେନ୍ଦ୍ର କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.