Home ଜିଲ୍ଲା ପରିକ୍ରମା ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ବଂଟାଗଲା

ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ ବଂଟାଗଲା

7

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅର୍ନ୍ତଗତ ଆଜି ଚତୁର୍ଥ ଦିନ ବନ୍ତ ସମ୍ମିଳନୀ କକ୍ଷରେ ସଚେତନା ସଭା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୀତାକାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପ୍ରତ୍ୟସିନୀ ଷଡଙ୍ଗୀ, ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ଆଲ୍ଲାଦି ମାରାଣ୍ଡି,ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ବ୍ଲକ ଯୋଗାଣ ଅଧିକାରୀ ଶୁଭଶ୍ରୀ ଶୁକ୍ଳ, ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, ତୃପ୍ତିମାଳା ବେହେରା ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପଲବ୍ଧି ଉପରେ ଆଲୋକପାତ କରି ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ଉପରେ କହିଥିଲେ । ଏହି ଅବସରରେ ନୂତନ ହିତାଧିକାରୀଙ୍କୁ ଆବାସ ଗୃହର କାର୍ଯ୍ୟାଦେଶ, ଭିନ୍ନକ୍ଷମ ଓ ବିଧବା ମହିଳା ମାନଙ୍କୁ ଭତା ଓ ରାସନ କାର୍ଡ ସହ ଅଙ୍ଗନୱାଡି କର୍ମୀଙ୍କୁ ମୋବାଇଲ୍ ବଟଂନ କରାଯାଇଥିଲା । ମିତ୍ରଭାନୁ ସ୍ୱାଇଁ, ବସନ୍ତ ବିଶ୍ୱାଳ, ରତନୀ ଜେନା ପ୍ରମୁଖ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.