Home ଜିଲ୍ଲା ପରିକ୍ରମା ଆଧୁନିକ ରୂପ ନେବ ଭଦ୍ରକର ନେହେରୁ ଷ୍ଟାଡିୟମ,ଏଚଏସସିଏଲ୍ କୁ ହସ୍ତାନ୍ତର ହେଲା ଦଖଲ

ଆଧୁନିକ ରୂପ ନେବ ଭଦ୍ରକର ନେହେରୁ ଷ୍ଟାଡିୟମ,ଏଚଏସସିଏଲ୍ କୁ ହସ୍ତାନ୍ତର ହେଲା ଦଖଲ

2

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ଥିତ ନେହରୁ ଷ୍ଟାଡିୟମର ଉନ୍ନୟନ ଓ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଷ୍ଟାଡିୟମର ଭୌତିକ ଦଖଲ ହିନ୍ଦୁସ୍ତାନ ଷ୍ଟିଲୱର୍କ୍ସ କନଷ୍ଟ୍ରକ୍ସନ ଲିମିଟେଡ୍ (ଏଚଏସସିଏଲ୍‌), ଓଡ଼ିଶା ଜୋନ୍‌କୁ ହସ୍ତାନ୍ତର କରାଯାଇଛି। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦିଲୀପ ରାଉତରାଏ ଭଦ୍ରକଙ୍କ ଆଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ, ରବି ନାରାୟଣ ସାହୁ ଙ୍କ ଦ୍ୱାରା ଏ ସମ୍ପର୍କିତ ପତ୍ର ଜାରି କରାଯାଇଛି। ଏଚଏସସିଏଲ୍ ପକ୍ଷରୁ ଅନୁମୋଦିତ ଡିପିଆର, ନିର୍ଦ୍ଧାରିତ ବୈଷୟିକ ମାନଦଣ୍ଡ, ଗୁଣବତା ନିୟମାବଳୀ ଓ ପ୍ରଯୁଜ୍ୟ ଆଇନଗତ ବ୍ୟବସ୍ଥା ଅନୁଯାୟୀ ଉନ୍ନୟନ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ। ପ୍ରକଳ୍ପ କାର୍ଯ୍ୟ ସମୟରେ ସୁରକ୍ଷା ବ୍ୟବସ୍ଥା, ବର୍ତମାନ ଥିବା ସମ୍ପତିର ସଂରକ୍ଷଣ, ଆବଶ୍ୟକ ବୈଧାନିକ ଅନୁମତି ଓ ନିୟମାବଳୀର ପାଳନ ସହିତ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତି ପାଇଁ ଏଚଏସସିଏଲ୍ ଦାୟୀ ରହିବ। କାର୍ଯ୍ୟ ସମାପ୍ତି ପରେ ଉନ୍ନତ ଭିତିଭୂମିକୁ ସମ୍ପୂର୍ଣ୍ଣ ବ୍ୟବହାରଯୋଗ୍ୟ ଅବସ୍ଥାରେ ଜିଲ୍ଲା ପ୍ରଶାସନଙ୍କୁ ହସ୍ତାନ୍ତର କରାଯିବ। ନେହରୁ ଷ୍ଟାଡିୟମର ଆଧୁନିକୀକରଣ ଦ୍ୱାରା ଜିଲ୍ଲାର କ୍ରୀଡ଼ା ଭିତିଭୂମିର ଉନ୍ନତି ଘଟିବା ସହ କ୍ରୀଡ଼ାବିତ୍‌ମାନଙ୍କୁ ଉନ୍ନତ ସୁବିଧା ମିଳିବ ଏବଂ ଜିଲ୍ଲାରେ କ୍ରୀଡ଼ା କ୍ଷେତ୍ରର ବିକାଶକୁ ନୂତନ ଗତି ମିଳିବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.