Home ଜିଲ୍ଲା ପରିକ୍ରମା ତରାଗୋ ଗ୍ରାମରୁ ନାଗ ସହ ୩୨ ଛୁଆ ଉଦ୍ଧାର

ତରାଗୋ ଗ୍ରାମରୁ ନାଗ ସହ ୩୨ ଛୁଆ ଉଦ୍ଧାର

8

ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ୍ ଗୋବିନ୍ଦପୁର ପଂଚାୟତର ତରାଗୋ ଗ୍ରାମ ନାୟକସାହିରେ ଆଜି ସାପଧରାଳି ମିର୍ଜା ଆରିଫ ବେଗ୍ ଏକ ନାଗସାପ ସହ ୩୨ଟି ଛୁଆକୁ ଉଦ୍ଧାର କରିଛି। ସେଥିମଧ୍ୟରୁ ୩ଟି ସାପ ଛୁଆଙ୍କର ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ସୁରେନ୍ଦ୍ର ବେହେରା ଗତ ୨ ଦିନ ତଳେ ଘର ଶୌଚାଳୟର ଟିୱେଲ ପାଖରେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ପରେ ସାପଟିକୁ ଦେଖିବା ପରେ ସେ କେଉଁଆଡେ ଚାଲିଯାଇଥିଲା। କିନ୍ତୁ ଆଜି ତାଙ୍କ ପରିବାର ଶୌଚାଳୟକୁ ଗାଧୋଇବାକୁ ଯାଇଥିବାବେଳେ ସାପଟିକୁ ଫଣାଟେକି ଗର୍ଜନ କରୁଥିବାର ଦେଖିଥିଲେ। ଫଳରେ ସେମାନେ ମିର୍ଜାକୁ ଖବର ଦେବା ପରେ ସେ ଆସି ଶୌଚାଳୟର ଲାଟିନ୍ ତଳୁ ଖୋଳି ମା ନାଗସାପଟି ସହ ମୃତ ୩ଟି ସାପଛୁଆ ଓ ୨୯ଟି ଜୀବନ୍ତ ଛୁଆକୁ ଉଦ୍ଧାର କରି ଜଂଗଲରେ ଛାଡିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.