ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଂଚାୟତ ରୁ ରହଣିଆ ପଂଚାୟତ ଓ ଧାମନଗର କୁ ଯୋଗାଯୋଗ କରୁଥିବା ମୂଖ୍ୟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀ ସମସ୍ୟାରେ ପଡୁଥିବାବେଳେ ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ ବା ଦମକଳ ଗାଡ଼ି ଆସି ପାରୁନାହିଁ, ଏ ହେଇଛି ମାଳଦା ରୁ ରହଣିଆ ପଂଚାୟତକୁ ସଂଯୋଗ କରୁଥିବା ରାସ୍ତା । ପ୍ରତିଦିନ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଏ ରାସ୍ତା ଦେଇ ଯା ଆସ କରନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ବ୍ରିଜ୍ କାମ ଦି ମାସ ହେବ ସରିଥିଲେ ବି ଏ ଯାଏଁ କାମ ସମ୍ପୂର୍ଣ୍ଣ ହେଇ ପାରିନି, ଯାହା ଫଳରେ ସାଧାରଣ ଯାତ୍ରୀ ଅନେକ ସମସ୍ୟାରେ ପଡୁଛନ୍ତି, ବିଶେଷ କରି ନୌରଙ୍ଗପୁର, ରହଣିଆ, ଦେଉଳପଦି, ରାଣୀ ଗଢ଼ିଆ ଏବଂ ଧାମନଗରକୁ ଯାତାୟାତ କରୁଥିବା ଲୋକ ହଇରାଣ ହେଉଛନ୍ତି, ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଯାଏଁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ, ଏଭଳିକି ଅଧା କାମ ପାରେ ଠିକାଦାର ବି ଧରା ଦେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷା ଦିନ ଆସିଲେ ଆହୁରି ସମସ୍ୟା ହେବା ଆଗରୁ ସମ୍ପୂର୍ଣ୍ଣ ରାସ୍ତା କାମ ସାରିବା ପାଇଁ ଦାବି ହେଇଛି, ଏହି ଅଂଚଳ ବନ୍ୟା ପ୍ରଭାବିତ ଅଂଚଳ ହୋଇଥିବାରୁ ଜୋନ ଆକ୍ରୋଶ ବଢୁଛି। ବିଭାଗୀୟ ଉପଖଣ୍ଡ ଅଧିକାରୀ ରଞ୍ଜନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ମିଟିଂ ରେ ଅଛନ୍ତି ବୋଲି କହି ଘଟଣା କୁ ଏଡ଼େଇ ଯାଇଛନ୍ତି। ରହଣିଆ ପଂଚାୟତ ସରପଂଚ ରଞ୍ଜନ ପରିଡ଼ା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଶୁଣୁନାହାନ୍ତି ବୋଲି ସେ କହିଛନ୍ତି।








