Home ଜିଲ୍ଲା ପରିକ୍ରମା ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଜିଲ୍ଲା ବୈଠକ

ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘର ଜିଲ୍ଲା ବୈଠକ

12

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଭଦ୍ରକ ଜିଲ୍ଲା ଆନୁକୂଲ୍ୟରେ ସାବରଙ୍ଗ ନିକଟସ୍ଥ ପଲ୍ଲୀ ଠାରେ ରବିବାର ଦିନ ମହାସଂଘର ସଭାପତି ବିମ୍ବାଧର ସେନାପତିଙ୍କ ସଭାପତିତ୍ୱରେ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ମହାସଂଘର ଜିଲ୍ଲା ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ତ୍ରିପାଠୀ ସ୍ୱାଗତ ବକ୍ତବ୍ୟ ଦେଇଥିଲେ। କ୍ଷେତ୍ରିୟ ସଂଗଠନ ମନ୍ତ୍ରୀ ଆଲୋକ ଚଟ୍ଟୋପାଧ୍ୟାୟ ଶିକ୍ଷକମାନଙ୍କର କର୍ତବ୍ୟ ଏବଂ ରାଷ୍ଟ୍ର ଗଠନରେ ଶିକ୍ଷକମାନଙ୍କ ଭୂମିକା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ କ୍ଷ ପ୍ରାନ୍ତ ମହାମନ୍ତ୍ରୀ ପ୍ରମୋଦ ବାଜୁବନ୍ଧ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନ ବିଷୟରେ ବକ୍ତବ୍ୟ ରଖିବା ସହିତ ଶିକ୍ଷକ ମାନଙ୍କ ସମସ୍ୟା ଉଲ୍ଲେଖ କରି ବ୍ଲକଗ୍ରାଂଟ ପରି କୁତ୍ସିତ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ସହ ଅବସରପରେ ପେନସନଭୁକ୍ତ କରିବା ତଥା ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୬ଟି ଇନ୍କ୍ରିମେଂଟ ଏବଂ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବାକୁ ସରକାରଙ୍କ ଠାରେ ଦାବି ଉପସ୍ଥାପନ କରିଥିଲେ । ବୈଠକରେ ମହାସଂଘର ମୁଖ୍‌ଯ ଉପଦେଷ୍ଟା ପାର୍ଥସାରଥି ଦାଶ ଓ ସୁବ୍ରତ କୁମାର ନାୟକ ଜିଲ୍ଲା ଓ ବ୍ଲକକମିଟିର ସମସ୍ତ କର୍ମକର୍ତା ତଥା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ । ସଂଗଠନ ସମ୍ପାଦକ ମନୋଜ କୁମାର ଦିକ୍ଷିତ ଧନ୍‌ଯବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.