Home ଜିଲ୍ଲା ପରିକ୍ରମା ଶ୍ରୀ ଶ୍ରୀ ହନୁମାନଜୀୟୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଶ୍ରୀ ଶ୍ରୀ ହନୁମାନଜୀୟୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

13

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଂଚାୟତର ବଳଭଦ୍ରପୁର-ଓଲଟୁଙ୍ଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନଜୀୟୁଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ବ୍ୟାପୀ ଏହି ଧାର୍ମିକ କାର୍ଯ୍ୟକ୍ରମର ପ୍ରଥମ ଦିନରେ କାକୁଡା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ, ଦ୍ୱିତୀୟ ଦିନରେ ଭବ୍ୟ କଳସ ଶୋଭାଯାତ୍ରା ସହ ଯଜ୍ଞାନୁଷ୍ଠାନ ଏବଂ ତୃତୀୟ ଦିନରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବ ସଫଳତାର ସହ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକର ଯୁବ ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଶିତାଶୁ ଶେଖର ମହାପାତ୍ର ଯୋଗଦେଇ ହନୁମାନଜୀୟୁଙ୍କ ଆଶୀର୍ବାଦ କାମନା କରିବା ସହ ଗ୍ରାମର ସାମାଜିକ ଓ ଆଧ୍ୟାତ୍ମିକ ଉନ୍ନତି ପାଇଁ ଶୁଭେଚ୍ଛା ଜଣାଇଥିଲେ। ଏହି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସ୍ଥାନୀୟ ଜନପ୍ରତିନିଧି, ସମାଜସେବୀ ଓ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଧାର୍ମିକ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.