ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଚାନ୍ଦବାଲି ଜଳସମ୍ପଦ ବିଭାଗ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ନେଇ ବଢୁଛି ଅଡୁଆ। ପ୍ରଥମ ପଦକ୍ଷେପ ସ୍ୱରୂପ ସଂପୃକ୍ତ କନିଷ୍ଠଯନ୍ତ୍ରୀ ଏଫ -୨ କାର୍ଯ୍ୟ ହୋଇ ନଥିବା ବେଳେ ଆଖୁଆପଦା ଜଳସମ୍ପଦ ବିଭାଗର ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ଙ୍କ ସହ ହାତ ମିଳାଇ ୩୮ଟି ମିଥ୍ୟା କାର୍ଯ୍ୟ ପାଇଁ ୨କୋଟି ଟଙ୍କା ବିଲ ପ୍ରଦାନ କଲେ।ଏହି ମିଥ୍ୟା କାର୍ଯ୍ୟକୁ ନେଇ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଚାନ୍ଦବାଲି ଜନ ଶୁଣାଣୀ ମଶିବିରରେ ଆମ୍ବେଦକର ମଂଚ ସଭାପତି ପ୍ରଫୁଲଦାସ ଅଭିଯୋଗ ଆଣିବା ପରେ ଭଦ୍ରକ ଜିଲ୍ଲାପାଳ ଡ. ଦିଲ୍ଲୀପରାଉତରାଏ ଆଖୁଆପଦା ଅଧୀକ୍ଷଣଯନ୍ତ୍ରୀ ଏହି ମିଥ୍ୟା ବିଲ ବାବଦରେ ରିପୋର୍ଟ ମେ ୩୧ ତାରିଖ ସୁଦ୍ଧା ଦେବାକୁ ନିର୍ଦେଶ ଦେଇଥିଲେ। ପରେ ଚାନ୍ଦବାଲି ଜଳସମ୍ପଦ ବିଭାଗ ଏସଡିଓ ଙ୍କ ଅଫିସ ରେ ୩ଟି ସେକ୍ସନର ଭଙ୍ଗା ଲୁହା ଜମା ହୋଇ ରହିଥିଲା। ଏହି ଭଙ୍ଗା ଲୁହାକୁ ରାତାରାତି ବିକ୍ରି କରିବାକୁ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ସଂପୃକ୍ତ କନିଷ୍ଠଯନ୍ତ୍ରୀଙ୍କୁ ବାଣିଶ୍ରୀ ନାୟକଙ୍କୁ ମୁହାଁମୁହିଁ କହିଥିଲେ। ବାଣିଶ୍ରୀ ନାୟକ ଏସଡିଓଙ୍କ ଅଗୋଚରରେ ଚଳିତ ମାସ ୧୩ତାରିଖ ଛୁଟି ଦିନରେ ଏସଡିଓଙ୍କ ଗୋଦମରେ ଜମାଥିବା ୮୦ଟନ ଲୁହାକୁ ଏକ କବାଡିଆକୁ ବିକ୍ରି କରୁଥିବା ବେଳେ ସମାଜସେବୀ ଚନ୍ଦନ ରାଉତଙ୍କ ଦ୍ୱାରା ଧରା ପଡିଥିଲେ। ପରେ ଚନ୍ଦନ ରାଉତ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହି ଖବର ପ୍ରସାରଣ ପରେ ଜଳସମ୍ପଦ ବିଭାଗର ଉପ ମୁଖ୍ୟ ଯନ୍ତ୍ରୀ ପ୍ରଣବ ନାୟକ ୧୪ତାରିଖ ଚାନ୍ଦବାଲି ଆସି ଏହି ବିଷୟରେ ତଦନ୍ତ କରିବା ପରେ ସେ ସଂପୃକ୍ତ ଏସଡିଓ ସୁରଜ ମଲିକ ଏବଂ ବିବାଦୀୟ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ସେମାନଙ୍କ ଉତରପତ୍ର ଜଳସମ୍ପଦ ବିଭାଗର ଯନ୍ତ୍ରୀ ମୁଖ୍ୟଙ୍କୁ ପ୍ରଦାନ କରିଥିଲେ। ଏଇଠାରେ ଅଡୁଆ ତୁଟି ନଥିଲା। କେଉଁ ପରିସ୍ଥିତିରେ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ସଞ୍ଜବ ସାମଲ କୌଣସି ଅଧିକାରୀଙ୍କ ନଜଣାଇ ସେମାନଙ୍କ ଅଗୋଚରରେ ୮୦ଟନ ଲୁହା ବିକ୍ରି କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଥିବା ବେଳେ ଚାନ୍ଦବାଲି ଏସଡିଓ ପୁନଶ୍ଚ ଏହି ଭଙ୍ଗା ଲୁହା ବିକ୍ରି କରୁଥିବା ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କ ବିରୁଦ୍ଧରେ ଚାନ୍ଦବାଲି ଥାନାରେ ୨୩୦/୨୦୨୬ ରେ ଏକ କେସ ରୁଜୁ କରିଛନ୍ତି। ଏହି କେସରେ ସଂପୃକ୍ତ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ଘଂଟ ଘୋଡାଇବା ପାଇଁ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀ ସଞ୍ଜିବ ସାମଲ ଲୋକ ଲଜ୍ଜା ଭୟରୁ ଏବଂ ସାମ୍ବାଦିକ ଙ୍କ କବଳରୁ ରକ୍ଷା ପାଇବା ପାଇଁ ଗତ ୧୬ତାରିଖ ରାତି ୧୨ଟା ଆସି ଚାନ୍ଦବାଲି ଥାନାଧିକାରୀ ପରେଶ ମହାନ୍ତିଙ୍କୁ ଦେଖା କରି ଫେରିଛନ୍ତି। ଏହି ସମସ୍ତ ଘଟଣାରେ ଜଳସମ୍ପଦ ବିଭାଗର ଚଣ୍ଡିଖୋଲ ଠାରେ ଥିବା ମୁଖ୍ୟଯନ୍ତ୍ରୀ ବିଘ୍ନରାଜ ପୁରୋହିତ ଜାଣତରେ ଘଟୁଥିବା ବେଳେ କାହିଁକି ସଂପୃକ୍ତ ମୁଖ୍ୟଯନ୍ତ୍ରୀ ଏବଂ ଉପ ମୁଖ୍ୟଯନ୍ତ୍ରୀ କ୍ଷେତ୍ରୀୟ ତଦନ୍ତ କରି ସାରିଥିବା ବେଳେ କାହିଁକି ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ ସଞ୍ଜିବ ସାମଲ ଏବଂ କନିଷ୍ଠଯନ୍ତ୍ରୀ ବାଣିଶ୍ରୀ ନାୟକଙ୍କୁ ଘଂଟ ଘୋଡାଇ ଚାଲିଛନ୍ତି ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଗୋଟିଏ ପଟରେ ସଂପୃକ୍ତ ଅଧୀକ୍ଷଣଯନ୍ତ୍ରୀଙ୍କୁ ଭଦ୍ରକ ଜିଲ୍ଲାପାଳଙ୍କ କୈଫତ, ଦ୍ୱିତୀୟରେ ଚୋରା ଲୁହା ବିକ୍ରି ରେ ଅଧୀକ୍ଷଣ ଯନ୍ତ୍ରୀ ଏବଂ କନିଷ୍ଠଯନ୍ତ୍ରୀ ଙ୍କ ସଂପୃକ୍ତି କୁ ନେଇ ରାଜନୀତି ଚାଲିଛି। ତୁରନ୍ତ ସଂପୃକ୍ତ ଦୋଷୀ ମାନଙ୍କୁ ଗିରଫ କରିବା ସହ ଡବଲ ଇଞିନର ଡବଲ ସରକାର କେବେ ଚାନ୍ଦବାଲି ବାସୀଙ୍କୁ ସ୍ୱଚ୍ଛ ଶାସନ ଦେବେ ଅଥବା ବିବାଦୀୟ ଅଧିକାରୀଙ୍କୁ ଘଂଟ ଘୋଡାଇ ରଖିବେ ତାହା ଚର୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି।
Home ଜିଲ୍ଲା ପରିକ୍ରମା ଚାନ୍ଦବାଲି ଜଳସମ୍ପଦ ବିଭାଗ ବଢୁଛି ଅଡୁଆ ,କନିଷ୍ଠଯନ୍ତ୍ରୀଙ୍କୁ ଘଂଟ ଘୋଡାଇ ଅଡୁଆରେ ଅଧୀକ୍ଷଣ ଏବଂ ମୁଖ୍ୟ...








