Home ଜିଲ୍ଲା ପରିକ୍ରମା ବିକାଶର ଧାରା ଓଡିଶା ସାରା ବ୍ଲକ ସ୍ତରୀୟ କୃଷକ ସମ୍ବାଦ,ପ୍ରାକୃତିକ ଓ ପ୍ରଗତିଶୀଳ କୃଷି କର୍ମଶାଳା

ବିକାଶର ଧାରା ଓଡିଶା ସାରା ବ୍ଲକ ସ୍ତରୀୟ କୃଷକ ସମ୍ବାଦ,ପ୍ରାକୃତିକ ଓ ପ୍ରଗତିଶୀଳ କୃଷି କର୍ମଶାଳା

4

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତି ଉପଲକ୍ଷେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅବସରରେ ତିହିଡି଼ ବ୍ଲକ ପରିସର ନୀଳମଣି ସଭାଗୃହରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ କୃଷି ବୈଷୟିକ ପରିଚାଳକ ଗିରିଜା ଶଙ୍କର ରାୟ ଚୌଧୁରୀ ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ବିଶ୍ୱରଞ୍ଜନ ସାମନ୍ତ ଯୋଗଦେଇ କୃଷକ ମାନେ ଧାନ ଓ ମାଛ ଚାଷରୁ କିପରି ଚାଷୀମାନେ ଲାଭବାନ ହୋଇପାରିବେ ସେନେଇ ପରାମର୍ଶ ଦେଇଥିଲେ । ବରେଣ୍ୟ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ରଘୁନାଥ ପାତ୍ର, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଆତ୍ମାର ଅଧ୍ୟକ୍ଷ ଶୁକଦେବ ମଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ, ଏବିଡ଼ିଓ ମୀନକେତନ ବାରିକ, ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ନିହାରିକା ଜ୍ୟୋତିରେଖା ନାୟକ ଯୋଗ ଦେଇ କୃଷି ଓ କୃଷକର ବିକାଶ ପାଇଁ ସରକାରଙ୍କର ଯୋଜନା ଉପରେ ଆଲୋକପାତ କରିଥିଲେ। ବ୍ଲକ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଯୋଗଦେଇ କୃଷକମାନେ ନୂତନ ଜ୍ଞାନ କୌଶଳରେ ଧାନଚାଷକରି ଅଧିକ ଅମଳ କରିବାକୁ କହିବା ସହ ମାଟିକୁ ପରୀକ୍ଷା କରି କମ ରାସାୟନିକ ଓ ଅଧିକ ପ୍ରାକୃତିକ ସାର ପ୍ରୟୋଗ କରିବାକୁ ପରାମର୍ଶ ଦେଇଥିଲେ । ମତ୍ସ୍ୟ ବିଭାଗ ପକ୍ଷରୁ ସଙ୍ଗୀତା ପତି ଯୋଗଦେଇ ବ୍ଲକରେ ୬୯ହେକ୍ଟର ଜମିରେ ମତ୍ସ୍ୟ ଚାଷ ହେଉଥିବା କହିବା ସହ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କର୍ମଶାଳାରେ ହରିହର ମଳିକ, ଉପେନ୍ଦ୍ର ପାଣିଗ୍ରାହୀ, ରତିକାନ୍ତ ଦାସ, ରୀନାରାଣୀ ସ୍ୱାଇଁ, ଲଷ୍ମୀପ୍ରିୟା ସାହୁ ପ୍ରମୁଖ ଚାଷୀ ଯୋଗଦେଇ ଚାଷ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ପଚାରି ଥିଲେ । ସରପଂଚ ପୁଷ୍ପାଞ୍ଜଳି ଲେଙ୍କା, ସମିତିସଭ୍ୟ ଜୟପ୍ରକାଶ ମଳିକ,ରାଜକିଶୋର ନାୟକ, ଡ. ଅମୂଲ୍ୟ ସେନାପତି, ତପନ ପାଢ଼ୀ, ଅନାଦି ବାରିକ , ଦେବେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଚାଷୀ କର୍ମଶାଳାରେ ଯୋଗ ଦେଇଥିଲେ । କୃଷି ବୈଷୟିକ ପରିଚାଳକ ରଞ୍ଜିତ କୁମାର ସାହୁ, ଅନୁରାଗ ନାୟକ, ସୁଚେତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କୃଷି ବିଭାଗ ପକ୍ଷରୁ ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରାଯାଇଥିବାବେଳେ ମହିଳା ଗୋଷ୍ଠୀ ଓ ଚାଷୀଙ୍କ ପକ୍ଷରୁ ପନିପରିବା,ବଢି, ଧୂପ,ମହୁ ଇତ୍ୟାଦି ସାମଗ୍ରୀ ପ୍ରଦର୍ଶିତ କରାଯିବା ସହ ବିକ୍ରି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.