Home ଜିଲ୍ଲା ପରିକ୍ରମା ନରିପୁର ଆଦର୍ଶ ରଜ ମହୋତ୍ସବ ପ୍ରେରଣାଦାୟୀ ହେଉ-ବିଧାୟକ

ନରିପୁର ଆଦର୍ଶ ରଜ ମହୋତ୍ସବ ପ୍ରେରଣାଦାୟୀ ହେଉ-ବିଧାୟକ

5

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅଣିଜୋ ପଚାଂୟତ ଆଚଂଳିକ ଆଦର୍ଶ ରଜ ମହୋତ୍ସବ ନରିପୁର ଓଡିଆ ଜାତିର କଳା ସଂସ୍କୃତି ଓ ଐତିହ୍ୟର ରକ୍ଷା ଦିଗରେ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହେଉ ବୋଲି ସୋମବାର ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ମତ ରଖିଥିଲେ । ରଜ କମିଟିର ସଭାପତି ବାପି ପାଣିଗ୍ରାହୀଙ୍କ ସଂଯୋଜନାରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଡାକ୍ତର ଦାମୋଦର ପଣ୍ଡା, ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ,ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ , ଅଣିଜୋ ସରପଚଂ ମାଳତୀ ପୃଷ୍ଟି, ପୂର୍ବତନ ସରପଚଂ ସତ୍ୟସାଧନ ବେଜ, କମିଟିର ପଦ୍ମଲାଭ ପାଣିଗ୍ରାହୀ, ପ୍ରହଲ୍ଲାଦ ରାଉତ, କରୁଣାକର ଦାସ ପ୍ରମୁଖ ମଂଚାସୀନ ଥିଲେ । ଭଦ୍ରକର ବିଶିଷ୍ଟ କଣ୍ଠଶିଳ୍ପୀ ଶଶିକଳା ମିଶ୍ର ଓ ଝୋଟି ପ୍ରତିଯୋଗିତାରେ ଅଞ୍ଜଳୀ ଦାସଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ପାଦକ କପିଳେନ୍ଦ୍ର ସାହୁ ସ୍ୱାଗତ ଭାଷଣ ଅତିଥି ପରିଚୟ ରଖି ରଜ ଉତ୍ସବକୁ ଧୁମଧାମରେ ପାଳନ ନେଇ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଉପ-ସଭାପତି ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଦର୍ଶକଙ୍କୁ ମନୋରଞ୍ଜନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କମିଟିର ରବିନ୍ଦ୍ର ପଣ୍ଡା,ମଦନ ମୋହନ ଚୌଧୁରୀ, ରଞ୍ଜନ ପାଣିଗ୍ରାହୀ, ଗଣେଶ ଜେନା, ରମେଶ ପଣ୍ଡା, ଜଗତଜୀବନ ପାଣିଗ୍ରାହୀ, ସୁବ୍ରତ ପଣ୍ଡା, ନିରଞ୍ଜନ ପାଢୀ, ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ । ଏଠାରେ ଦୋଳି, ମିନାବଜାର ସାଙ୍ଗକୁ ଲେଜର ଲାଇଟ ସୋ ଦର୍ଶକଙ୍କୁ ବାନ୍ଧି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.