ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, କୃଷକ ଓ ମାତୃଶକ୍ତିର ଅନନ୍ୟ ମହାମିଳନର ଗଣପର୍ବ ରଜ ଆମ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ରଖିବା ସହ ଆନନ୍ଦର ଖୋରାକ ଯୋଗାଇଥାଏ ବୋଲି ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ପଚାଂୟତ ଜଗନ୍ନାଥ ଆଚଂଳିକ ରଜ ମହୋତ୍ସବ ନିମାପଡାର ଦ୍ୱୀତିୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜିବ କୁମାର ମଲ୍ଲିକ କହିଛନ୍ତି । ସଭାକୁ ବନ୍ତ ଆଚଂଳିକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ରଜ କମିଟିର ସଭାପତି ଶୁଭେନ୍ଦ୍ର କୁମାର ମିଶ୍ର ପୌରହିତ୍ୟ କରିଥିଲେ । ବିଶିଷ୍ଟ ଅତିଥି ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ବହୁ ଲୋକଙ୍କ ସମାଗମରେ ରଜ ପର୍ବ ପାଳନ କରି ଖୁସି ବାଟିଂବାରେ ନିଆରା ମଜା ଥାଏ ବୋଲି କହିଥିବା ବେଳେ ଏଠାକାର କମିଟି ଶୃଙ୍ଖଳିତ ଭାବେ ଏହାକୁ ପାଳନ କରି ଆସୁଥିବାରୁ କମିଟିର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା,ପୁରୁଷଣ୍ଢ ସୋସାଇଟି ସଭାପତି ତଥା ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ, ବିଧାୟକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ୱାଇଁ, ହାଟଡିହି ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବନ୍ତ ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟସାଧନ ବେଜ ପ୍ରମୁଖ କୃଷି ଭିତିକ ରଜପର୍ବ ବିଶେଷ କରି ମହିଳା ମାନଙ୍କ ପାଇଁ ମନୋରଞ୍ଜନର ଶ୍ରେଷ୍ଠ ମାଧ୍ୟମ ବୋଲି କହିଥିଲେ । ଆଦର୍ଶ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ମଂଚ ସଂଯୋଜନାରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସୂର୍ଯ୍ୟମଣି ରାଉଳ, ବିଜୟ କୁମାର ବିଶ୍ୱାଳ, ହୃଷିକେଷ ମିଶ୍ର, ଶ୍ୟାମସୁନ୍ଦର ଜେନା, ନକୂଳ ଚରଣ ବାରିକ ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ଅବସରରେ ସମାଜସେବୀ ରତିକାନ୍ତ ରାଉତ, ସ୍ୱର୍ଣ୍ଣପଦକ ବିଜେତା ସୌମ୍ୟାଶୁଂ କରଶର୍ମା, ମୌସୁମୀ ରାଉଳ ଏବଂ ଆଦ୍ୟାଶକ୍ତି ନୃତ୍ୟାନୁଷ୍ଠାନର କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉପଦେଷ୍ଟା ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ନରେ କବିତା ପାଠୋତ୍ସବକୁ କବି ଗଣେଶ ପ୍ରସାଦ କରଶର୍ମା ପୌରହିତ୍ୟ କରିଥିବା ବେଳେ ସାହିତ୍ୟିକ ଜଗନ୍ନାଥ ପାତ୍ର ମୁଖ୍ୟ ଅତିଥି, ଗୋବିନ୍ଦ ଚନ୍ଦ୍ର ବାରିକ ସମୀକ୍ଷକ ଏବଂ ଦାସରଥୀ ଜେନା ଓ ରମାକାନ୍ତ ଜେନା କବିତା ପାଠୋତ୍ସବକୁ ସଂଯୋଜନା କରିଥିଲେ । ଶେଷରେ ଆଦ୍ୟାଶକ୍ତି ନୃତ୍ୟ ଅନୁଷ୍ଟାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଯାହାକୁ ହଜାର ହଜାର ସଂଖ୍ୟାରେ ଲୋକେ ଉପଭୋଗ କରିଥିଲେ । ଏହି ରଜ ୪ ଦିନ ଧରି ଏଠାରେ ପାଳନ କରାଯାଉଥିବା ବେଳେ ଶାନ୍ତିବନ ପଡିଆକୁ କମିଟି ପକ୍ଷରୁ ସୁନ୍ଦର ଭାବେ ସଜ୍ଜିତ କରାଯାଇ ଦର୍ଶକଙ୍କ ପାଇଁ ଦୋଳି, ମିନା ବଜାର ଓ ଖାଇବା ଦୋକାନ ମାନ ଖୋଲାଯାଇଛି ।








