Home ଜିଲ୍ଲା ପରିକ୍ରମା ବ୍ରହ୍ମାକୁମାରୀ ଭଦ୍ରକ ଦ୍ୱାରା ଶିବ ଦର୍ଶନ ମ୍ୟୂଜିୟମ୍‌ର ଶୁଭ ଉଦ୍‌ଘାଟନ

ବ୍ରହ୍ମାକୁମାରୀ ଭଦ୍ରକ ଦ୍ୱାରା ଶିବ ଦର୍ଶନ ମ୍ୟୂଜିୟମ୍‌ର ଶୁଭ ଉଦ୍‌ଘାଟନ

2

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ମଠସାହି ଭଦ୍ରକ ଦ୍ୱାରା ଆଧ୍ୟାତ୍ମିକ ଜ୍ଞାନ ର ଏକ ସୁନ୍ଦର ଓ ସରଳ ଚିତ୍ର ପ୍ରଦର୍ଶନୀ ଲାଇଟ୍ ଓ ସାଉଣ୍ଡ ର ସମିଶ୍ରଣରେ ମ୍ୟୁଜିୟମ୍ ନିର୍ମାଣ କରାଯାଇଛି। ମ୍ୟୁଜିୟମ ର ଉଦ୍ ଘାଟନ କାର୍ଯକ୍ରମ ରେ ଆବୁରାଜ ରାଜସ୍ଥାନ ରୁ ବରିଷ୍ଠ ରାଜଯୋଗୀ ବ୍ରହ୍ମାକୁମାର ଆତ୍ମ ପ୍ରକାଶ ଜୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ସିତାଂଶୁ ଶେଖର ପାଣିଗ୍ରାହୀ, ବିଧାୟକ ଭଦ୍ରକ , ଯୋଗ ଦେଇଥିଲେ। ଭଦ୍ରକ ମ୍ୟୁନିସିପାଲିଟିର ଚେୟାର ପର୍ସନ ଗୁଲମକି ଦଲୱାଜୀ ହବିବ୍ ,ଭଦ୍ରକ ଟାଉନ ଥାନା ଆଇଆଇସି ଶୁଭ୍ରାଂଶୁ ମିଶ୍ର, ଜାଲୋର ରାଜସ୍ଥାନ ରୁ ବ୍ରହ୍ମାକୁମାରୀ ରଂଜୁ ଭଉଣୀ , ବ୍ରହ୍ମାକୁମାରୀ ଭଦ୍ରକ ର ସଂଚାଳିକ ମଞ୍ଜୁ ଭଉଣୀ , ବ୍ରହ୍ମାକୁମାରୀ ମଧୁସ୍ମିତା ଭଉଣୀ ପ୍ରମୂଖ ଯୋଗ ଦେଇ ଥିଲେ। ଏହି ଅବସରରେ ମଞ୍ଜୁ ଭଉଣୀଙ୍କ ୭୧ତମ ଜନ୍ମ ଦିବସ ମଧ୍ୟ ପାଳନ କରାଯାଇଥିଲା। ଶିବ ଦର୍ଶନ ମ୍ୟୁଜିଅମ୍ ଦ୍ୱାରା ଆତ୍ମିତ୍କ ଶକ୍ତି ର ବିକାଶ ଓ ସମାଜ ପରିବର୍ତନର ଏକ ନୂଆ ମାଧ୍ୟମ ହେବ ବୋଲି ବିଧାୟକ ଶିତାଂସୁ ଶେଖର ମହାପାତ୍ର ପ୍ରକାଶ କରି ଥିଲେ। ବ୍ରହ୍ମାକୁମାରୀ ମିଠୀ ଓ ପୂଜା ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ , ଆଦିତ୍ୟ ଓ ଶ୍ରେୟା ଆଧ୍ୟାତ୍ମିକ ସଙ୍ଗୀତ ପରିବେଷଣ କରିଥିଲେ ।ସମସ୍ତେ ଈଶ୍ୱରୀୟ ଉପହାର ସହ ବ୍ରହ୍ମାଭୋଜନ ସ୍ୱୀକାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.