Home ଜିଲ୍ଲା ପରିକ୍ରମା ରଜ ସଂକ୍ରାନ୍ତି ପାଇଁ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ପ୍ରଶାସନିକ ଘୋର ଅବ୍ୟବସ୍ଥା ଯୋଗୁଁ...

ରଜ ସଂକ୍ରାନ୍ତି ପାଇଁ ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼, ପ୍ରଶାସନିକ ଘୋର ଅବ୍ୟବସ୍ଥା ଯୋଗୁଁ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା

6

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରଜ ସଂକ୍ରାନ୍ତି ଚଳିତବର୍ଷ ସୋମବାରରେ ପଡ଼ିଥିବାରୁ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ପାଖରେ ପୂଜାର୍ଚ୍ଚନା ଓ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥିଲା ପୀଠରେ। ହେଲେ ପ୍ରଶାସନର ଘୋର ଅବ୍ୟବସ୍ଥା ଯୋଗୁଁ ବାବାଙ୍କ ଦର୍ଶନ ତ ଦୂରର କଥା ପୀଠକୁ ସଂଯୋଗ କରୁଥିବା ଭଦ୍ରକ- ଆଖଣ୍ଡଳମଣି ମୁଖ୍ୟରାସ୍ତାର ସାଇନ୍ସିପାର୍କ ଠାରୁ ପ୍ରବେଶ ପଥ ଯାଏଁ ଦୀର୍ଘ ୨କିମି ରାସ୍ତାରେ ଶହଶହ ୪ଚକିଆ ଓ ୨ଚକିଆ ଗାଡି ଅଟକି ରହିବାରୁ ହଜାରହଜାର ଭକ୍ତ ବାବାଙ୍କ ଦର୍ଶନ ନପାଇ ନିରାଶ ହୋଇ ଅଧା ବାଟରୁ ଫେରିଯାଇଥିଲେ। ସେହିପରି ପୀଠକୁ ଆସିଥିବା ଭକ୍ତଙ୍କ ପାଇଁ ଆବଶ୍ୟକ ଅନୁଯାୟୀ ମୌଳିକ ବ୍ୟବସ୍ଥା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ଭକ୍ତମାନେ। ଏପରିକି ଦର୍ଶନ ପାଇଁ ଗୋଟିଏ ବ୍ୟାରିକେଡ଼ରେ ପୁରୁଷ ମହିଳା ଯାଉଥିବାରୁ ଦୀର୍ଘ ସମୟ ଧରି ଭକ୍ତଙ୍କ ମଧ୍ୟରେ ଠେଲାପେଲା ଲାଗି ରହିଥିବାରୁ ଅଣନିଃଶ୍ୱାସୀ ହୋଇ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ମହିଳା ଭକ୍ତ ଓ ବୟସ୍କ ଓ ଶିଶୁମାନେ। ଏପରିକି ବ୍ୟାରିକେଡ଼ ଉପରେ ପାଲ ନଥିବା ବେଳେ ପାଦଚଲା ରାସ୍ତାରେ ମ୍ୟାଟ ନଥିବାରୁ ଡହଡହ ଖରାରେ ତ୍ରାହି ତ୍ରାହି ଡାକିଥିଲେ ଭକ୍ତମାନେ। ବିଶେଷକରି ପୀଠର କୈଣସି ସ୍ଥାନରେ ପାଣି ବ୍ୟବସ୍ଥା ନଥିବା ବେଳେ ସୈନ୍ଦର୍ଯ୍ୟକରଣ ନାଁରେ ଗତ ୧ମାସ ହେବ ଶିବଗଙ୍ଗା ପୁଷ୍କରିଣୀକୁ ଶୁଖାଇ ଦିଆଯାଇଥିବାରୁ ପାଣି ପାଇଁ ଡହଳ୍ୱିକଳ ହୋଇଥିଲେ ଭକ୍ତ। ଯାହାକିଛି ମନ୍ଦିର ପରିସର ମଧ୍ୟରେ ପାନୀୟଜଳ ବ୍ୟବସ୍ଥା ହୋଇଛି ତାହା ମନ୍ଦିର ପ୍ରଶାସନ ପକ୍ଷରୁ ଠିକ ଭାବେ ପରିଚାଳିତ କରାଯାଉନଥିବାରୁ ଯାହା ହାତଗଣତି ପାଣିକଳରୁ ପାଣି ବାହାରୁ ନଥିଲା। ଫଳରେ ଆଗନ୍ତୁକ ଭକ୍ତ ପିଇବା ପାଣି ପାଇଁ ହଟହଟା ହେବାକୁ ପଡ଼ିଥିଲା। ବାବାଙ୍କ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ କୈଣସି ବ୍ୟବସ୍ଥା ନଥିବାରୁ ଦୀର୍ଘ ୮ଘଂଟା ଧରି ବ୍ୟାରିକେଡରେ ଅପେକ୍ଷା କରିଥିଲେ ଭକ୍ତ। ଏପରିକି ଆବଶ୍ୟକ ଅନୁଯାୟୀ ପୁଲିସ ଓ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦୀର୍ଘ ଘଂଟା ଧରି ଲାଗି ରହିଥିବାରୁ ବହୁ ଭକ୍ତ ଧାଡ଼ି ଛିଡ଼ା ହୋଇଥିଲେ ମଧ୍ୟ ବାବାଙ୍କ ଦର୍ଶନ ନପାଇ ଫେରିଯାଇଥିଲେ। ପୀଠର ଏପରି ଅବ୍ୟବସ୍ଥାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଭକ୍ତ ଓ ସେବାୟତଙ୍କ ମହଲରେ। ଏବାବଦରେ ମନ୍ଦିର ପ୍ରଶାସନିକ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ କୈଣସି ସନ୍ତୋଷଜନକ ଉତର ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.