Home ଜିଲ୍ଲା ପରିକ୍ରମା ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସାମ୍ବାଦିକ ସମ୍ମିଳନୀ, ଦୁଇ ବର୍ଷର ବିକାଶ ବଖାଣିଲେ

ଭଦ୍ରକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସାମ୍ବାଦିକ ସମ୍ମିଳନୀ, ଦୁଇ ବର୍ଷର ବିକାଶ ବଖାଣିଲେ

3

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଦୁଇବର୍ଷର ପୂର୍ତି ଓ ମୋଦି ସରକାରଙ୍କ ୧୨ ବର୍ଷ ସଫଳତାର ହିସାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଆଜି ଭଦ୍ରକ ସଦ୍‌ଭାବନା ସଭାଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭଦ୍ରକ ଜିଲ୍ଲାର ଗତ ଦୁଇ ବର୍ଷର ବିକାଶମୂଳକ ସଫଳତା ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ ରାଜ୍ୟ ସରକାରଙ୍କ ଦୁଇବର୍ଷର ପୂର୍ତି ଓ ମୋଦି ସରକାରଙ୍କ ୧୨ ବର୍ଷର ପୂର୍ତି ଅବସରରେ ମିଡିଆ ବନ୍ଧୁମାନଙ୍କ ସହ କଥାବାର୍ତା ଓ ପରାମର୍ଶ ପାଇଁ ମୁଁ ଏଠାକୁ ଆସିଛି। ଓଡ଼ିଶାର ବିକାଶ ଓ ଡବଲ ଇଞ୍ଜିନର ସାହାଯ୍ୟରେ ଯେଭଳି ଓଡ଼ିଶା ଦ୍ରୁତଗତିରେ ବିକାଶ ଚାଲିଛି, ଏ ସଂପର୍କରେ ସାଧାରଣ ଲୋକଙ୍କ ନିକଟରେ ଓ ଭଦ୍ରକବାସୀଙ୍କ ନିକଟରେ ପହଂଚିବା ପାଇଁ ସେ ସହଯୋଗ କାମନା କରିଥିଲେ। ସେ ଆହୁରି କହିଥିଲେ ଯେ, ଗତ ଦୁଇ ବର୍ଷ ମଧ୍ୟରେ ଭଦ୍ରକ ଜିଲ୍ଲା ବିକାଶର ଏକ ନୂତନ ଅଧ୍ୟାୟ ରଚନା କରିଛି। ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର ସଫଳ ରୂପାୟନ ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନମାନରେ ଉଲ୍ଲେଖନୀୟ ପରିବର୍ତନ ଆସିଛି। ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬,୧୦୨ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ମଞ୍ଜୁର କରାଯାଇଥିବାବେଳେ ୧,୮୬୪ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଗ୍ରାମାଂଚଳର ଭିତିଭୂମି ବିକାଶ ପାଇଁ ୯୬ କୋଟି ଟଙ୍କା ବ୍ୟୟରେ ୨,୪୪୬ଟି ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ ୧,୧୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହୋଇସାରିଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ରାଜ୍ୟର ଅଗ୍ରଣୀ ଜିଲ୍ଲାମାନଙ୍କ ମଧ୍ୟରେ ସ୍ଥାନ ପାଇଛି। ଜିଲ୍ଲାରେ ୧,୧୨,୩୧୩ ଜଣ ଲକ୍ଷପତି ଦିଦି ସୃଷ୍ଟି ହୋଇଥିବାବେଳେ ୪,୨୦୪ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୨ କୋଟି ଟଙ୍କାର ଆବର୍ତନ ପାଣ୍ଠି ଏବଂ ୪,୭୧୬ଟି ଗୋଷ୍ଠୀଙ୍କୁ ୭୦ କୋଟି ଟଙ୍କାର ଉଓୠ ସହାୟତା ପ୍ରଦାନ କରାଯାଇଛି। କୃଷି ଓ ଜୀବିକା ବିକାଶ ପାଇଁ ୮ଟି ସମନ୍ୱିତ କୃଷି କ୍ଲଷ୍ଟର ସ୍ଥାପନ କରାଯାଇଥିବାବେଳେ ୩୯ ହଜାରରୁ ଅଧିକ ମହିଳା କୃଷକଙ୍କୁ କୃଷି ପୁଷ୍ଟି ବଗିଚା ପାଇଁ ସହାୟତା ପ୍ରଦାନ କରାଯାଇଛି। ଚଗୠଗଋ ଯୋଜନାରେ ୩୬୮ ଜଣ ଉଦ୍ୟୋଗୀ ଆର୍ôଥକ ସହାୟତା ପାଇଛନ୍ତି। ସାମାଜିକ ସୁରକ୍ଷା କ୍ଷେତ୍ରରେ ଦୁଇ ଲକ୍ଷରୁ ଅଧିକ ବୃଦ୍ଧ, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟାନ୍ୟ ହିତାଧିକାରୀ ପେନସନ ସୁବିଧା ପାଉଥିବାବେଳେ ୧୧୩ଟି ବ୍ୟାଙ୍କ ସେବା ବିହୀନ ପଂଚାୟତରେ ବ୍ୟାଙ୍କିଙ୍ଗ ସେବା ପହଂଚାଯାଇଛି। ଯୁବବର୍ଗଙ୍କ ପାଇଁ କୌଶଳ ବିକାଶ, ନିଯୁକ୍ତି ମେଳା ଓ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୧୬୫ କୋଟି ଟଙ୍କା ବ୍ୟୟରେ ୪୧ଟି ରାସ୍ତା ନିର୍ମାଣ କରାଯାଇଛି। ଏହାସହ ଧାମନଗରରେ ମୁକୁନ୍ଦ ଦେବ ସ୍ମାରକ ପାର୍କ ଏବଂ ଲୁଣିଆ ସହୀଦ ସ୍ମୃତିପୀଠର ଉନ୍ନୟନ ପାଇଁ ୨୦ କୋଟି ଟଙ୍କାର ସହାୟତା ମଞ୍ଜୁର ହୋଇଥିବା ସେ ସୂଚନା ଦେଇଥିଲେ। ଏହା ସହିତ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରମାନଙ୍କ ସହ ଏକ ମତବିନିମୟ କାର୍ଯ୍ୟକ୍ରମ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା, ଜନକଲ୍ୟାଣମୂଳକ ଯୋଜନା ଏବଂ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ସେ ସୋସିଆଲ ମିଡିଆର ସକାରାତ୍ମକ ଭୂମିକା ଉପରେ ଗୁରୁତ୍ୱାରୋପ କରି ସରକାରୀ ଯୋଜନା ଓ ସଫଳତାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଇନ୍ଫ୍ଲୁଏନ୍ସରମାନଙ୍କ ସହଯୋଗ କାମନା କରିଥିଲେ। “ସମୃଦ୍ଧ ଓଡ଼ିଶା, ବିକଶିତ ଭଦ୍ରକ” ଲକ୍ଷ୍ୟ ନେଇ ରାଜ୍ୟ ସରକାର ଜନସାଧାରଣଙ୍କ କଲ୍ୟାଣ ଓ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ , ପ୍ରମୁଖ ଉପସ୍ଥିତ ଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମଲ୍ଲିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଧୁସ୍ମିତା ମହାପାତ୍ର, କନିଷ୍ଠ କ୍ଳର୍କ ମୀନାକ୍ଷୀ ଗରାବଡୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.