Home ଜିଲ୍ଲା ପରିକ୍ରମା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଶୁଭାରମ୍ଭ

9

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆନ୍ତର୍ଜାତୀୟ ଶିଶୁ ଶ୍ରମିକ ବିରୋଧୀ ଦିବସ ଅବସରରେ ଶିଶୁ ଶ୍ରମିକ ଦୂରୀକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ପାଇଁ ଶିଶୁ ଶ୍ରମିକ ସଚେତନତା ଅଭିଯାନ ଅବସରରେ ଜିଲ୍ଲାପାଳ,ଭଦ୍ରକଙ୍କ କାର୍ଯ୍ୟାଳୟରୁ “ଶିଶୁ ଶ୍ରମିକ ନିରାକରଣ ସଚେତନାତା ରଥ”କୁ ଜିଲ୍ଲାପାଳ, ଭଦ୍ରକ ପତାକା ପ୍ରଦର୍ଶନ କରି ର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ଏବଂ ସାଧାରଣ) ରବିନାରାୟଣ ସାହୁ ଓ ସରୋଜ ଦତ, ଜିଲା ଶ୍ରମ କମିଶନର ସଚିଦାନନ୍ଦ ଜେନା, ଜିଲା ଶ୍ରମ ଅଧିକାରିଣୀ ପ୍ରେମମଂଜରୀ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଙ୍ଗୀତା ପାଢୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ପୌର ନିର୍ବାହୀ ଅଧିକାରୀ ସୌରଭ ଚକ୍ରବର୍ତୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବରେଣ୍ୟ ବ୍ୟକ୍ତିବିଶେଷ ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଶିଶୁ ଶ୍ରମିକ ଆଇନ,ଶିଶୁ ଅଧିକାର ଏବଂ ଶିକ୍ଷାର ଗୁରୁତ୍ୱ ଉପରେ ସଚେତନତା ପ୍ରସାର କରିବା ପାଇଁ ଏହି ଶିଶୁ ଶ୍ରମିକ ନିରାକରଣ ସଚେତନା ରଥ ୧୫ ଦିନିଆ ଅଭିଯାନ ସମୟରେ ଭଦ୍ରକ ଜିଲ୍ଲାର ବିଭିନ୍ନ ସହରାଂଚଳ,ବ୍ଲକ ଏବଂ ଗ୍ରାମପଂଚାୟତରେ ଭ୍ରମଣ କରି ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନରେ ସହାୟକ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.