ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଫଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଆଜି ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ୧୯୧୪ ମସିହାରେ ସ୍ଥାପିତ ଏହି ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ନୂତନ ପ୍ରଧାନଶିକ୍ଷୟତ୍ରୀ ଭାବେ ସଙ୍ଗୀତା ପ୍ରିୟା ଦାସ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ଦୁଇଜଣ ନୂତନ ଶିକ୍ଷକ, ଯଥା – ଟି.ଜି. ଶିକ୍ଷକ ପଦ୍ମଲୋଚନ ସାହୁ ଏବଂ ସଂସ୍କୃତ ଶିକ୍ଷୟତ୍ରୀ ସୁପ୍ରଭା ସାହୁଙ୍କୁ ମଧ୍ୟ ବିଦ୍ୟାଳୟ ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିଲା।କାର୍ଯ୍ୟଭାର ଗ୍ରହଣ ସମୟରେ ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରଭାତ ମହାନ୍ତି, ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅଭିଷେକ ମହାପାତ୍ର ଏବଂ ଅନ୍ୟାନ୍ୟ ବରିଷ୍ଠ ଶିକ୍ଷକ-ଶିକ୍ଷୟତ୍ରୀ ଯଥା – ଅନନ୍ତ ମିଶ୍ର, ଅବନୀ ରାଉତ, ମନୋରଞ୍ଜନ ଦାଶ, ଜୟସ୍ମିତା ନାୟକ, ସୁନୀତା ମିଶ୍ର ଓ ମିନତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗଦେଇଥିବା ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏଥିସହିତ ପୁରାତନ ଛାତ୍ରଛାତ୍ରୀମାନେ ଯୋଗଦେଇ ଉତ୍ସାହ ପ୍ରକାଶ କରିଥିଲେ।ନୂତନ ପ୍ରଧାନଶିକ୍ଷୟତ୍ରୀ ଶ୍ରୀମତୀ ଦାସ ନିଜର ପ୍ରତିକ୍ରିୟାରେ କହିଥିଲେ ଯେ, ବିଦ୍ୟାଳୟର ଶିକ୍ଷାଦାନର ମାନ ବୃଦ୍ଧି, ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଏବଂ ଅନୁଷ୍ଠାନର ସର୍ବାଙ୍ଗୀନ ବିକାଶ ପାଇଁ ସେ ସର୍ବଦା ପ୍ରୟାସ କରିବେ। ଏହି ଲକ୍ଷ୍ୟ ପୂରଣରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଏହି ନୂତନ ନିଯୁକ୍ତି ପରେ ଅଂଚଳବାସୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।
Home ଜିଲ୍ଲା ପରିକ୍ରମା ଫଳପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷୟତ୍ରୀ ଓ ଶିକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା








